ତିବୁବନ୍ତପୁରମର ଗ୍ରୀନଫିଲ୍ଡ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଅନୁଷ୍ଠିତ ହୋଇଛି ପଞ୍ଚମ ତଥା ଶେଷ ଦିନିକିଆ ମ୍ୟାଚ. ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତି ନେଇଛି ଓ ଭାରତକୁ ଫିଲ୍ଡିଂ ପାଇଁ ଛାଡିଛି. ତେବେ ଗତ ମ୍ୟାଚରେ ଭାରତ ବିଜୟଲାଭ କରିଥିବା ବେଳେ ଏହି ମ୍ୟାଚରେ ସିରିଜ୍ ହାସଲ କରିବା ପାଇଁ ଚେଷ୍ଟା କରିବ. ଅନ୍ୟପଟେ ଗତ ମ୍ୟାଚରେ ପରାଜୟ ଲାଭ କରିଥିବା ୱେଷ୍ଟଇଣ୍ଡିଜ ଦଳ ମ୍ୟାଚ ବରାବର କରିବାକୁ ଚେଷ୍ଟା କରିବ. ତେବେ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ କରାଯାଇନଥିବା ବେଳେ ୱେଷ୍ଟଇଣ୍ଡିଜ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି. ଆସଲେ ନର୍ସଙ୍କ ଜାଗାରେ ଦେବେନ୍ଦ୍ର ବିଶୁ ଓ ଚନ୍ଦ୍ରପାଲ ହେମରାଜଙ୍କ ଜାଗାରେ ଓସାନ ଥୋମାସଙ୍କୁ ପରିବର୍ତ୍ତନ କରାଯାଇଛି. ତେବେ ଆଜିର ମ୍ୟାଚଟି ଉଭୟ ଦଳଙ୍କ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ହେବାକୁ ଥିବା ବେଳେ ସମସ୍ତଙ୍କ ନଜର ଭାରତ ଉପରେ ରହିବ.

LEAVE A REPLY

Please enter your comment!
Please enter your name here