ଭୁବନେଶ୍ୱର ଝାରପଡ଼ାରେ ନୀଳପଦ୍ମା ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ। ଆପାର୍ଟମେଣ୍ଟର ୨ ଓ ୩ ମହଲାରେ ନିଆଁ ଲାଗି, ୩ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଥିରେ ଦୁଇ ବୃଦ୍ଧଙ୍କ ସହ ଜଣେ ମହିଳା ଓ ଜଣେ ଶିଶୁ ଆହାତ ହୋଇଛନ୍ତି। ୨୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଅଗ୍ନିକାଣ୍ଡର କାରଣ ଏ ଯାଏ ଜଣା ପଡ଼ିନାହିଁ। ନିଆଁ ଲାଗିବ ପରେ ଘଟଣା ସ୍ଥଳରେ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ କରିଛି। ଏସିରୁ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ଘରର ଆସବାବପତ୍ର ପୋଡିଯିବା ସହ ଗୋଟିଏ ଫ୍ଲାଟ ରୁ ନିଆଁ ଲାଗି ଅନ୍ୟ ଫ୍ଲାଟ୍ କୁ ବ୍ୟାପିଛି। ଗତକାଲି ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଅଗ୍ନିକାଣ୍ଡରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ କାର ସମ୍ପୂର୍ଣ୍ଣ ଜଳିଯିବା ସହ ଅନ୍ୟ ଏକ ଡାଲା ଅଟୋ ଓ କାର ମଧ୍ୟ ଅଧା ଜଳି ଯାଇଛି। ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲା ।CCTV ଫୁଟେଜ୍ ରୁ ଏହା ଜଣାପଡିଛି ଯେ, ବିଳମ୍ବିତ ରାତିରେ ଜଣେ ଦୁବୃର୍ତ୍ତ କାରରେ ନିଆଁ ଲଗାଇବା ପରେ ଫେରାର୍ ହୋଇଯାଇଥିଲା।

LEAVE A REPLY

Please enter your comment!
Please enter your name here