ଆସନ୍ତା 21 ତାରିଖରେ ବିଧାନସଭା ବାଚସ୍ପତି ନିର୍ବାଚନ ହେବ । ଏଥିପାଇଁ 18 ତାରିଖରେ ନାମାଙ୍କନ ଦାଖଲ କରାଯିବ ଏବଂ 21 ରେ ଭୋଟଗ୍ରହଣ ହେବ । ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇ ମନ୍ତ୍ରୀ ହେବା ପରେ ରାଜ୍ୟ ବିଧାନସଭାର ବାଚସ୍ପତି ପଦ ଖାଲି ପଡିଛି । ଆଗକୁ ନିର୍ବାଚନ ଆସୁଥିବାରୁ ବିଜେଡି କାହାକୁ ବାଚସ୍ପତି ଆସନରେ ବସାଇବ, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏବେ ବିଧାନସଭାରେ ବିଜେଡିର 114 ଜଣ ବିଧାୟକ ଅଛନ୍ତି ।
ଆସନ୍ତା 22 ତାରିଖରୁ ବିଧାନସଭାର ମୌସୁମୀ ଅଧିବେସନ ବସିବ ଏବଂ ଅକ୍ଟୋବର 4 ତାରିଖ ପର୍ଯ୍ୟନ୍ତ ଅଧିବେସନ ଚାଲିବ । ଅକ୍ଟୋବର 3 ତାରିଖରେ ଗୃହରେ ଅତିରିକ୍ତ ବଜେଟ ଆଗତ କରାଯିବ ।

LEAVE A REPLY

Please enter your comment!
Please enter your name here