ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଭିଆଇପି ଓ କାର୍ଯ୍ୟରତ ବିଚାରପତିମାନଙ୍କ ପାଇଁ ଟୋଲ ପ୍ଲାଜାରେ ସ୍ୱତନ୍ତ୍ର ଲେନ ନିର୍ମାଣ କରିବାକୁ ଯୋଜନା ରହିଛି । ଟୋଲ ପ୍ଲାଜାରେ ଭିଆଇପି ଓ ବିଚାରପତିମାନଙ୍କ ଗାଡିକୁ ଦୀର୍ଘ ସମୟ ଧରି ଅଟକି ରହିବାକୁ ପଡୁଛି । ଯାହା ସେମାନଙ୍କ କର୍ମକ୍ଷେତ୍ରରେ ପ୍ରଭାବ ପକାଉଛି ।

ଦେଶର ସମସ୍ତ ଟୋଲ ପ୍ଲାଜାରେ ଭିଆଇପି ଓ କାର୍ଯ୍ୟରତ ବିଚାରପତିଙ୍କ ପାଇଁ ଅଲଗା ଲେନ୍ ତିଆରି କରିବାକୁ ଭାରତୀୟ ଜାତୀୟ ରାଜମାର୍ଗ ପ୍ରାଧିକରଣ ବା ଏନଏଚଏଆଇକୁ ନିର୍ଦ୍ଦେଶ ଦେଇଛନ୍ତି ମାଡ୍ରାସ ହାଇକୋର୍ଟ। ଜଷ୍ଟିସ ହୁଲୁବାଡ ଜି ରମେଶ ଓ ଜଷ୍ଟିସ ଏମବି ମୁରଲିଧରଣଙ୍କ ଖଣ୍ଡପୀଠ ଦ୍ୱାରା ଏହି ନିର୍ଦ୍ଦେଶ ଦିଆଯାଇଛି ।

ସମସ୍ତ ଟୋଲପ୍ଲାଜାରେ ସର୍କୁଲାର ଜାରି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସର୍କୁଲାର ଜାରି ନହେଲେ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ।

LEAVE A REPLY

Please enter your comment!
Please enter your name here