ରାଉରକେଲାରେ ଅନ୍ତର୍ଜାତୀୟ ହକି ଷ୍ଟାଡିଅମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ଏହି ଅନ୍ତର୍ଜାତୀୟ ହକି ଷ୍ଟାଡିଅମ ବିର୍ସା ମୁଣ୍ଡାଙ୍କ ନାଁରେ ନାମିତ କରାଯାଇଛି । ହକି ଷ୍ଟାଡିଅମର ଭିତ୍ତିପ୍ରସ୍ତର ସ୍ଥାପନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଉରକେଲାର ମାଟି, ପାଣି ଓ ପବନରେ ରହିଛି ହକିର ଆତ୍ମା । ରାଉରକେଲାକୁ ଆଶାର ସହର ଭାବେ ବର୍ଣ୍ଣନା କରି ନବୀନ କହିଛନ୍ତି, କେବଳ ଓଡିଶାର ଲୋକେ ନୁହଁନ୍ତି, ଅନ୍ୟ ପଡୋଶୀ ରାଜ୍ୟର ଲୋକମାନେ ମଧ୍ୟ ଜୀବିକା ପାଇଁ ରାଉରକେଲା ଆସିଥାନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ହୋ ଓ ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସ୍ଥାନୀତ କରିବା ପାଇଁ ଉଦ୍ୟମ କରାଯିବ ବୋଲି କହିଛନ୍ତି । ସୁନ୍ଦରଗଡ ଜିଲ୍ଲା ପାଇଁ ପାଞ୍ଚହଜାର କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କରାଯାଇଛି ଏବଂ ଏହା ବିକାଶର ନମୂନା ବୋଲି କହିଛନ୍ତି ନବୀନ ।
2023 ହକି ବିଶ୍ବ କପ୍ ଟୁର୍ଣ୍ଣାମେଣ୍ଟ ଏହି ଷ୍ଟାଡିଅମରେ କରାଯିବ । ଏଥିପାଇଁ ଏହି ଷ୍ଟାଡିଅମର ନିର୍ମାଣ ଡିଜାଇନିଂ ବିଶ୍ବସ୍ତରୀୟ କରାଯାଇଥିବା କୁହାଯାଇଛି । 20 ହଜାର ଦର୍ଶକ ଏହି ଷ୍ଟାଡିଅମରେ ବସି ହକିର ମଜା ନେଇପାରିବେ । ଏହା ଦେଶର ବୃହତ୍ତମ ହକି ଷ୍ଟାଡିଅମ ହେବ ।

LEAVE A REPLY

Please enter your comment!
Please enter your name here