କେନ୍ଦୁଝର ଜିଲ୍ଲା ବଡବିଲରେ ଚାଞ୍ଚଲ୍ୟ । ଆଜି ସକାଳ ନ’ଟାରେ ଜଣେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ ।

ମିଳିଥିବା ସୂଚନା ଅନୁଯାୟୀ, ସହରର ଜଣାଶୁଣା ବ୍ୟବସାୟୀ ସୁନୀଲ ସିହ୍ନା ସକାଳେ ସ୍କୁଟର ଯୋଗେ 6 ନମ୍ବର ଓ୍ବାର୍ଡ ଏଲଆଇସି କଲୋନି ସ୍ଥିତ ଘରକୁ ଫେରୁଥିବା ବେଳେ ମନି ଟାଓ୍ବାର ନିକଟରେ ତାଙ୍କ ଉପରକୁ ଗୁଳି ହୋଇଥିଲା । ଗୁଳି ମାଡ କରିବା ପରେ ଦୁର୍ବୃତ୍ତ ଫେରାର ହୋଇଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡାକ୍ତରଖାନା ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ବ୍ୟାବସାୟିକ ଶତ୍ରୁତା କାରଣରୁ ଗୁଳିକାଣ୍ଡ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି । ଗୁଳିକାଣ୍ଡ ସ୍ଥାନରୁ ପୋଲିସ ଏକ ଖୋକା ଜବତ କରିଛି । ପୋଲିସ ସିସିଟିଭି ଯାଞ୍ଚ କରି ହତ୍ୟାକାରୀ ନିକଟରେ ପହଞ୍ଚିବାକୁ ଉଦ୍ୟମ ଚଳାଇଛି ।

LEAVE A REPLY

Please enter your comment!
Please enter your name here