ଭୁବନେଶ୍ୱର : ଗାଡି ଚାଳକମାନଙ୍କ ପାଇଁ ଆସିଯାଇଛି ସର୍ତକ ଘଣ୍ଟି I ଦୀର୍ଘ 6 ମାସର କୋହଳ ଟ୍ରାଫିକ ନିୟମର କଣ୍ଟ ପୁରିଛି I ମାର୍ଚ୍ଚ ପହିଲାରୁ ପୁଣି କଡାକ଼ଡି ହେବ ନୂଆ ଟ୍ରାଫିକ ନିୟମ I ଆସନ୍ତା 1 ତାରିଖରୁ ଆରମ୍ଭ ହେବ ମୋଟର ଯାନ ଯାଞ୍ଚ I ଏଣିକି ନିୟମ ଉଲ୍ଲଘଂନକାରିଙ୍କୁ ମିଳିବ ନାହିଁ ତ୍ରାହି I ଏନେଇ ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି I ସୂଚନାଅନୁଯ଼ାୟୀ ରାଜ୍ୟରେ ନୂଆ ମୋଟର ଯ଼ାନ ଆଇନ ଲାଗୁ ହେବା ପରେ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ ହୋଇଥିଲା ଯ଼ାହାକୁ ବିରୋଧ କରାଯ଼ାଇ ଟ୍ରାଫିକ ନିୟମକୁ କୋହଳ କରିବା ପାଇଁ ବିଭିନ୍ନ ମହଲରୁ ଦାବି ଉଠିଥିଲା I ଫଳରେ ଏହାକୁ ପ୍ରଥମେ 3ମାସ ଏବଂ ପରେ 6 ମାସ ଅର୍ଥାତ ମାର୍ଚ୍ଚ ଯ଼ାଏଁ କୋହଳ କରଯ଼ାଇଥିଲା I ଯ଼ାହାର କଣ୍ଟ ସରିଯ଼ାଇଛି ତେଣୁ ମାର୍ଚ୍ଚ ପହିଲାରୁ ନିୟମ ଉଲ୍ଲଂଘନ କଲେ ମୋଟା ଅଙ୍କର ଜରିମାନା ରାଶି ଦବାକୁ ପଡିବ I ଏହା ସହ ଚାଳକଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ମଧ୍ୟ ରଦ୍ଧ ହୋଇପାରେ I
ତେବେ ଆସନ୍ତୁ ଜାଣିବା କେଉଁ ନିୟମ ଉଲ୍ଲଂଘନ କଲେ କେତେ ଫାଇନ ଦେବାକୁ ପଡିବ
()ଲାଇସେନସ ନ ଥିଲେ, ହେଲମେଟ ପିନ୍ଧି ନ ଥିଲେ, ମଦ୍ୟପାନ କରି ଗାଡି ଚଳାଉଥିଲେ ଫାଇନ ଦେବାକୁ ପଡିବ
()ପ୍ରଥମଥର ଟ୍ରାଫିକ ନିୟମ ଉଲ୍ଲଂଘନ – 1ଶହ ଟଙ୍କା
()ଦ୍ୱିତୀୟଥର ଟ୍ରାଫିକ ନିୟମ ଉଲ୍ଲଂଘନ – 3ଶହ ଟଙ୍କା
()ତୃତୀୟଥର ଟ୍ରାଫିକ ନିୟମ ଉଲ୍ଲଂଘନ – 5ଶହ ଟଙ୍କା
()ଚର୍ତୁଥଥର ଟ୍ରାଫିକ ନିୟମ ଉଲ୍ଲଂଘନ – 15ଶହ ଟଙ୍କା
()ଟ୍ରାଫିକ ଅଧିକାରୀଙ୍କ ନିର୍ଦ୍ଦେଶକୁ ଅବଜ୍ଞା କଲେ – 5ଶହରୁ 2ହଜାର ଟଙ୍କା
()ଦ୍ରୁତଗତିରେ ଗାଡି ଚାଳନା କଲେ – 4ଶହରୁ 2ହଜାର ଟଙ୍କା
()ମୋବାଇଲରେ କଥା ହୋଇ ଗାଡି ଚଳାଇଲେ – 5ଶହରୁ 10ହଜାର ଟଙ୍କା
()କାରର ସିଟବେଲ୍ଟ ନ ବାନ୍ଧିଲେ – 1ହଜାର ଟଙ୍କା
()ଗୋଟିଏ ବାଇକରେ 2ରୁ ଅଧିକ ବ୍ୟକ୍ତି ଗଲେ – 1ହଜାର ଟଙ୍କା
()ଗାଡି ଚାଳକଙ୍କ ପଛରେ ବସିଥିବା ବ୍ୟକ୍ତି ହେଲମେଟ ନ ପିନ୍ଧିଲେ – 1ହଜାର ଟଙ୍କା
()ରାସ୍ତାରେ ଗଲାବେଳେ ଆମ୍ବୁଲାନ୍ସ କିମ୍ବା ଦମକଳକୁ ବାଟ ନ ଛାଡିଲେ – 10ହଜାର ଟଙ୍କା

LEAVE A REPLY

Please enter your comment!
Please enter your name here