ମୃତ୍ୟୁ ପରେ ବି ଅମର ହୋଇଗଲେ ଯୁବକ । ଜଣେ ନୁହେଁ, ୩ ଜଣଙ୍କୁ କଲେ ଜୀବନ ଦାନ । ବିହାର ନାଳନ୍ଦାର ଏହି ୧୯ ବର୍ଷ ବୟସ୍କ ଯୁବକ ହେଲେ ସୌରଭ ପ୍ରତିକ । ଡାକ୍ତରଖାନାରେ ଚିକିତ୍ସାଧୀନ ସୌରଭଙ୍କୁ ଡାକ୍ତର ବ୍ରେନ ଡେଡ୍ ଘୋଷଣା କରିଥିଲେ । ପୁଅକୁ ହରାଇ ବାପା ମା’ ଯଦିଓ ଦୁଃଖରେ ଭାଙ୍ଗି ପଡିଥିଲେ, ତଥାପି ଅନ୍ୟର ଜୀବନରେ ପୁଅକୁ ଅନୁଭବ କରିବା ପାଇଁ ଦୃଢ ନିଷ୍ପତ୍ତି ନେଇଥିଲେ । ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ସୌରଭଙ୍କ ଅଙ୍ଗଦାନ ପାଇଁ ଅନୁମତି ଦେଇଥିଲେ । ଫଳରେ ତାଙ୍କର ଆଖି ପାଟନାରେ ଜଣେ ଲୋକଙ୍କୁ ଦିଆଯାଇଥିବାବେଳେ ହୃଦୟ କୋଲକତାର ଜଣେ ହୃଦରୋଗୀଙ୍କୁ ଦିଆଯାଇଛି । ସେହିପରି ଲିଭର ଦିଲ୍ଲୀର ଜଣେ ରୋଗୀଙ୍କୁ ପ୍ରଦାନ କରାଯାଇଥିବା ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚିତ କରିଛନ୍ତି । ସୌରଭ ମରି ମଧ୍ୟ ପୁଣି ଜୀବିତ ହୋଇଯାଇଛନ୍ତି । ସୁଚନାଅନୁଯାୟୀ ଛାତରୁ ତଳେ ପଡିଯାଇ ସୌରଭଙ୍କ ମୁଣ୍ଡରେ ରକ୍ତ ଜମାଟ ବାନ୍ଧି ହୋଇଯାଇଥିଲା । ପରେ ଡାକ୍ତର ତାଙ୍କୁ ବ୍ରେନ ଡେଡ୍ ଘୋଷଣା କରିଥିଲେ ।

 

 

LEAVE A REPLY

Please enter your comment!
Please enter your name here