ସାମୁଦ୍ରିକ ଝଡ ତିତଲି କ୍ଷୟକ୍ଷତିର ପରିମାଣ ବୃଦ୍ଧି ପାଇ ୨୭୬୫ କୋଟିରେ ପହଞ୍ଚିଛି। ସରକାରୀସ୍ତରରେ କ୍ଷୟକ୍ଷତି ଆକଳନ କରାଯାଉଥିବା ବେଳେ ଏହାର ପରିମାଣ ବୃଦ୍ଧି ପାଉଛି। ଆଗାମୀ ଦିନରେ ଏହା ବଢ଼ିପାରେ ବୋଲି ସେ କହିଛନ୍ତି। ସହାୟତା ପାଇଁ କେନ୍ଦ୍ର ସରକାରଙ୍କୁ ଆଜି ଏହି ରିପୋର୍ଟ ଦିଆଯିବ ବୋଲି କହିଛନ୍ତି ଏସଆରସି ଏସଆରସି ଶ୍ରୀ ବିଷ୍ଣୁପଦ ସେଠୀଙ୍କ କହିବାନୁଯାୟୀ, ବାତ୍ୟା ତିତଲି, ବର୍ଷା ଓ ପରବର୍ତ୍ତୀ ବନ୍ୟାରେ ରାଜ୍ୟର ୧୭ଟି ଜିଲ୍ଲାର ୧୨୮ ବ୍ଲକର ୮,୧୨୫ଟି ଗାଁ ପ୍ରଭାବିତ ହୋଇଛି। ଏଥିରେ ମୋଟ ୬୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ୨.୬୩ ଲକ୍ଷ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ମୋଟ ୫୬ ହଜାର ୯୩୦ ଘର କ୍ଷତିଗ୍ରସ୍ତ ହୋଇଛି। ସେଥିମଧ୍ୟରୁ ୨୦ ହଜାର ୪୨୨ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ୩୬ ହଜାର ୫୦୮ ଘର ଆଂଶିକ ଭାଙ୍ଗିଛି। ସେହିପରି ବାତ୍ୟା ତିତଲିରେ ୩୪ ହଜାର ୯୫୧ ଗୃହପାଳିତ ପଶୁପକ୍ଷୀଙ୍କ ମୃତ୍ୟୁ ଘଟିଥିବା ଏସଆରସି ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here