ଭୁବନେଶ୍ୱର : କରୋନା ଭୟ ନ ଯାଉଣୁ ଏବେ ରାଜଧାନୀରେ ସ୍ୱାଇନ୍ ଫ୍ଲୁ ଆତଙ୍କ ଦେଖାଯାଇଛି । ରାଜ୍ୟରେ ସ୍ୱାଇନ୍ ଫ୍ଲୁର ଭୟ ଚିନ୍ତାର ବିଷୟ ପାଲଟିଛି । ଦିନକୁ ଦିନ ସ୍ୱାଇନ୍ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩ରେ ପହଞ୍ଚିଲାଣି । ଆଜି ଖୋର୍ଦ୍ଧାରେ ଜଣେ ବ୍ୟକ୍ତି ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି । ଏହି ମାସ ସୁଦ୍ଧା ୧୨ ଜଣ ସ୍ୱାଇନ୍ ଫ୍ଲୁ ରୋଗୀ ଚିହ୍ନଟ ହୋଇସାରିଲେଣି । ସୂଚନାଅନୁସାରେ, ଆଜି ଖୋର୍ଦ୍ଧା ଅଞ୍ଚଳର ଏକ ବୟସ୍କ ବ୍ୟକ୍ତିଙ୍କ ଠାରେ ସ୍ୱାଇନ୍ ଫ୍ଲୁ ଚିହ୍ନଟ ହୋଇଛି । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଗତକାଲି ରାଜଧାନୀରେ ରହୁଥିବା ଜଣେ ମହିଳା ସ୍ୱାଇନ୍ ଫ୍ଲୁ ଆକ୍ରାନ୍ତ ଥିବା ଜଣାପଡିଥିଲା । ଏକାଧିକ ସ୍ୱାଇନ୍ ଫ୍ଲୁ ଚିହ୍ନଟ ରାଜ୍ୟରେ ଚିନ୍ତା ବଢାଇ ଦେଇଛି ।

LEAVE A REPLY

Please enter your comment!
Please enter your name here