ଆସନ୍ତକାଲି ପ୍ରଥମ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । କିନ୍ତୁ ମୋବାଇଲକୁ ମୋବାଇଲ ଘୁରି ବୁଲୁଛି କେନ୍ଦୁଝର ମହିଳା ପ୍ରାର୍ଥୀଙ୍କ ଅଶ୍ଳିଳ ଭିଡିଓ । ଭାଇରାଲ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ଜଣ ବ୍ୟକ୍ତି ଜାଣିଶୁଣି ଏହି ଭିଡିଓ ଭାଇରାଲ କରିଥିବା କୁହାଯାଉଛି । ସୂଚନା ଅନୁଯାୟୀ, ମହିଳାଙ୍କ ମାମୁଁ ଥାନାରେ ଏତଲା ଦେଇଥିଲେ, ଅଭିଯୋଗକୁ ଭିତ୍ତି କରି ଟାଉନ୍‌ ଥାନା ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ବିଷ୍ଣୁଦତ୍ତ ବାରିକ୍‌ ଓ ଜୟଦେବ ଗିରି । ଉଭୟ ଭାଜପା ଦଳର ସମର୍ଥକ ବୋଲି ସୁଚନା ମିଳିଛି ।

LEAVE A REPLY

Please enter your comment!
Please enter your name here