ଦୀର୍ଘ 24 ବର୍ଷ ପରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମରେ ଖେଳାଯିବ ଅନ୍ତରାଷ୍ଟ୍ରୀୟ ମ୍ୟାଚ. ତେବେ ପୂର୍ବରୁ ଇକାନା ନାମରେ ଥିବା ଏହି ଷ୍ଟାଡିୟମର ନାମ ବଦଳିଛି. ନାମ ବଦଳି ହୋଇଛି ‘ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମ’. ଏହି ଷ୍ଟାଡିୟମକୁ ଉଦଘାଟନ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ. ଏହି ଷ୍ଟାଡିୟମରେ 9 ଟି ପିଚ୍ ରହିଛି ଏବଂ ଏଥିରେ ପାଖାପାଖି 50 ହଜାର ଦର୍ଶକ ବସି ମ୍ୟାଚର ଆନନ୍ଦ ନେଇପାରିବେ. 71 ଏକର ବିଶିଷ୍ଟ ଏହି ଷ୍ଟାଡିୟମରେ ଏକ ହଜାର କାର ପାର୍କ କରିବାର ବ୍ୟବସ୍ଥା ଥିବା ବେଳେ ପାଞ୍ଚ ହଜାର ଦୁଇ ଚକିଆ ଯାନ ରହିବାର ବ୍ୟବସ୍ଥା ରହିଛି. ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ସୋମବାରଦିନ ୟୁ.ପି ରାଜ୍ୟପାଳ ରାମ ନାଇକଙ୍କ ମଞ୍ଜୁରୀ ପରେ ଇକାନା ଷ୍ଟାଡିୟମର ନାମକୁ ପରିବର୍ତ୍ତନ କରାଯାଇ ‘ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମ’ ନାମରେ ନାମିତ କରାଗଲା. ଯାହାକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଦଘାଟନ କରିଛନ୍ତି.

LEAVE A REPLY

Please enter your comment!
Please enter your name here