ରାଜ୍ୟସଭା ପାଇଁ ବିଜେଡି ଆଜି ୨ ଜଣଙ୍କ ନାଁମ ଘୋଷଣା କରିଛି। କେଉଁ ଦଳ କାହାକୁ ପ୍ରାର୍ଥୀ କରିବ ଓ କାହାକୁ ରାଜ୍ୟସଭା ପାଇଁ ଟିକେଟ୍‌ ମିଳିବ ତାକୁ ନେଇ ରାଜ୍ୟବାସୀ ଅପେକ୍ଷା କରିଥିଲେ। ଆଜି ରାଜ୍ୟସଭା ପ୍ରାର୍ଥୀ ପାଇଁ ଡାକ୍ତର ଦତ୍ତେଶ୍ୱର ହୋତା ଏବଂ ସଂତୃପ୍ତ ମିଶ୍ରଙ୍କ ନାଁରେ ବିଜେଡି ଦଳ ମୋହର ମାରିଛି । ଏହି ଦୁଇ ଜଣଙ୍କୁ ଟିକେଟ୍‌ ଦେଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ନିବାସରେ ପ୍ରାର୍ଥୀ ନେଇ ଆଲୋଚନା ଚାଲିଥିଲା। ଆଜି ନବୀନ ନିବାସରେ ଡାକ୍ତର ଦତ୍ତେଶ୍ୱର ହୋତା ଓ ସଂତୃପ୍ତ ମିଶ୍ର ବି ନବୀନ ନିବାସରେ ଉପସ୍ଥିତ ଥିଲେ। ଶାସକ ଦଳ ବିଜେପି ଓ ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ପକ୍ଷରୁ ଚାଲିଥିଲା ଆଲୋଚନା । ଆଜି ବିଜୁ ଜନତା ଦଳ ନିଜର ପ୍ରାର୍ଥୀ ଘୋଷଣା କରିଛି। ଡାକ୍ତର ଦତ୍ତେଶ୍ୱର ହୋତା ଏବଂ ସଂତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ।

LEAVE A REPLY

Please enter your comment!
Please enter your name here