ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ଚାଲିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବ୍ୟବହାର ସମସ୍ତଙ୍କୁ ତାଜୁବ୍ କରିଛି । ଅନାସ୍ଥା ଆଲୋଚନାରେ ଭାଗ ନେଇ ରାହୁଲ ମୋଦି ସରକାରକୁ ଅତି କଡା ଭାଷାରେ ସମାଲୋଚନା କଲେ । ମୋଦି ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛି ଏବଂ ଲୋକମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଇଛି ବୋଲି କହିଲେ । ଦେଶର ଗରିବ ଜନସାଧାରଣ ଓ ଚାଷୀଙ୍କୁ ପ୍ରତାରିତ କରିଛି ବୋଲି ଆରୋପ ଲଗାଇଲେ । ମାତ୍ର ଏସବୁ ରାଜନୀତିକ ସମାଲୋଚନା କରିବା ପରେ ରାହୁଲଙ୍କ ବ୍ୟବହାର ସଂସଦ ଭିତରେ ସମସ୍ତଙ୍କୁ ଚକିତ କରିଦେଇଥିଲା । ବକ୍ତବ୍ୟ ଶେଷରେ ସେ ନିଜ ଆସନରୁ ଉଠି ସିଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ଯାଇଥିଲେ ଏବଂ ମୋଦି ଆସନରେ ବସିଥିବା ବେଳେ ସେ ତାଙ୍କୁ ଆଲିଙ୍ଗନ କରିଥିଲେ । ରାହୁଲଙ୍କ ଆଚରଣକୁ ନେଇ ବାଚସ୍ପତି ସୁମିତ୍ରା ମହାଜନ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହା ଘର ନୁହେଁ, ସଂସଦ ବୋଲି କହିଥିଲେ । ଏହା ସଂସଦୀୟ ଆଚରଣର ପରିପନ୍ଥୀ ବୋଲି ସେ କହିଥିଲେ । ଏହାସତ୍ତ୍ବେ ମଧ୍ୟ ରାହୁଲ ନିଜ ଆସନରେ ବସି ତାଚ୍ଛଲ୍ୟପୂଣ୍ଣ ହସିବା ଏବଂ ଆଖି ମାରିବା ଭଳି ଆଚରଣ ଦେଖାଇଥିଲେ । ଏପରିକି ବକ୍ତବ୍ୟ ଦେବା ବେଳେ ମଧ୍ୟ ସେ ନିଜକୁ ‘ପପୁ’  ବୋଲି କହିବାକୁ ମଧ୍ୟ ପଛାଇ ନଥିଲେ ।

LEAVE A REPLY

Please enter your comment!
Please enter your name here