ବଜ୍ରପାତ ନେଲା ଜୀବନ. ଓଡିଶାର ବିଭିନ୍ନ ଜିଲ୍ଲାଗୁଡିକରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା 15କୁ ଛୁଇଁଲା. ମୟୁରଭଞ୍ଜ, ସୁନ୍ଦରଗଡ଼, ସୁବର୍ଣ୍ଣପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଗାଁରେ ଆଜି ଅପରାହ୍ନ ସୁଦ୍ଧା ବଜ୍ରପାତରେ ପାଖାପାଖି ଆଠରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି.

ସୂଚନା ଅନୁଯାୟୀ, ସୋରୋ ଅଞ୍ଚଳ ନିବାସୀ ବାସନ୍ତୀ ମହାନ୍ତି (68) କ୍ଷେତରେ କାମ କରୁଥିବା ସମୟରେ ବଜ୍ରାଘାତରେ ତାଙ୍କର ମୃତ୍ୟୁ ହୋଇଛି. ରେମୁଣା ବ୍ଲକର ମଧୁସ୍ମିତା ଗିରି ବଜ୍ରାଘାତର ଶିକାର ହେବା ପରେ ତାଙ୍କୁ ଗୋପାଳପୁର ଡାକ୍ତରଖାନା ନିଆଯାଇଥିଲା. ବାଲେଶ୍ୱରର ବସ୍ତା ବ୍ଲକ ଅନ୍ତର୍ଗତ ଦୁଇ ଜଣ ଲୋକଙ୍କର ମଧ୍ୟ ବଜ୍ରପାତରେ ମୃତ୍ୟୁ ହୋଇଛି. ଏହାବ୍ୟତୀତ ବାଲେଶ୍ୱର ଜିଲ୍ଲାରେ ଅନ୍ୟ ତିନିଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି. ମୟୁରଭଞ୍ଜର ରାଜେନ୍ଦ୍ର ବେହେରା ନାମକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି. ବୈଶିଙ୍ଗା ଅନ୍ତର୍ଗତ 55 ବର୍ଷିୟା ସୁଶିଳା ରଣା ଓ 14 ବର୍ଷୀୟ କୁନି ମହାନ୍ତି ଙ୍କର ବଜ୍ରପାରେ ମୃତ୍ୟୁ ହୋଇଛି.

ଏହାବ୍ୟତୀତ ସୁନ୍ଦରଗଡ଼, ସୁବର୍ଣ୍ଣପୁର, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଜିଲ୍ଲାରେ 7 ଜଣ ବ୍ୟକ୍ତିଙ୍କର ବଜ୍ରପାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି.

 

 

LEAVE A REPLY

Please enter your comment!
Please enter your name here