ସାରା ଦେଶରେ ବର୍ତମାନ ସମୟରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ବଢିବାରେ ଲାଗିଛି । ସାମ୍ବାଦିକଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ଦେବାରେ ଭାରତର ସ୍ଥାନ ୧୪ତମ ବୋଲି ଆମେରିକାର ଏକ ଘରୋଇ ସର୍ଭେ ସଂସ୍ଥା ‘କମିଟ ଟୁ ପ୍ରୋଟେକ୍ଟ ଜର୍ଣ୍ଣାଲିଷ୍ଟ’ କହିଛି । ଏକ ଗ୍ଲୋବାଲ ତାଲିକା ପ୍ରସ୍ତୁତ କରି ସଂସ୍ଥା କହିଛି, ସାମ୍ବାଦିକଙ୍କ ହତ୍ୟାକାରୀଙ୍କ ଦଣ୍ଡ ଦେବା ମାମଲାରେ ଭାରତ ବହୁ ପଛରେ ରହିଛି । ଏହି ରିପୋର୍ଟରେ ସେହି ଦେଶମାନଙ୍କୁ ସାମିଲ କରାଯାଇଛି, ଯେଉଁ ଦେଶରେ ସାମ୍ବାଦିକମାନଙ୍କୁ ହତ୍ୟା କରାଯାଉଛି ଏବଂ ମାମଲା କୋର୍ଟରେ ପଡ଼ି ରହିଛି । ତାଲିକାରେ ଭାରତକୁ ୧୪ତମ ସ୍ଥାନରେ ରଖାଯାଇଛି । ଭାରତକୁ ଏହି ସ୍ଥାନରେ କ୍ରମାଗତ ଭାବରେ ୧୪ତମ ସ୍ଥାନରେ ରଖିଛି ସର୍ଭେ ସଂସ୍ଥା । ବର୍ଷ ୨୦୧୮ ଇଣ୍ଡେକ୍ସରେ ଭାରତ ସମେତ ୧୪ ଦେଶକୁ ସାମିଲ କରାଯାଇଥିଲା । ଏଥିରେ ସୋମାଲିଆ, ସିରିଆ, ଇରାକ, ଦକ୍ଷିଣ ସୁଦାନ, ଫିଲିପିନ୍ସ, ଆଫଗାନିସ୍ତାନ, ମ୍ୟାକ୍ସିକୋ, କଲୋମ୍ବିଆ, ପାକିସ୍ତାନ, ବ୍ରାଜିଲ, ଋଷିଆ, ବାଂଲାଦେଶ ଏବଂ ନାଇଜେରିଆ । ରିପୋର୍ଟ ମୁତାବକ ଶୀର୍ଷ ସ୍ଥାନରେ ସୋମାଲିଆ ରହିଛି । ଭାରତକୁ ୧୪ତମ ସ୍ଥାନରେ ରଖାଯାଇଛି । ପୂରା ୧୮ଟି ମାମଲା କୋର୍ଟରେ ପଡ଼ି ରହିଛି । ଭାରତର ପଡୋଶୀ ଦେଶ ପାକିସ୍ତାନରେ ସାମାନ୍ୟ ସଂଶୋଧନ ହୋଇଛି ।

LEAVE A REPLY

Please enter your comment!
Please enter your name here