ପୁଣି କଂଗ୍ରେସକୁ ଝଟକା । କେରଳର ଭେଟେରାନ କଂଗ୍ରେସ ନେତା ଏ.କେ. ଆଣ୍ଟୋନୀଙ୍କ ପୁଅ ଅନୀଲ ଆଣ୍ଟୋନୀ ଦଳ ଛାଡି ବିଜେପିରେ ମିଶିବାର ଦିନକ ପରେ ପୁଣି କଂଗ୍ରେସକୁ ଶକ୍ତ ଝଟକା ଲାଗିଛି । ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ ରେଡ୍ଡୀ ବିଜେପିରେ ଯୋଗ ଦେଇଛନ୍ତି । 2014 ପୂର୍ବରୁ ସେ ଅବିଭକ୍ତ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦୁଇଥର କାର୍ଯ୍ୟ କରିଛନ୍ତି । ଗତ ମାସରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ।

ଆଗକୁ ନିର୍ବାଚନ ଆସୁଥିବାରୁ ବିଜେପିକୁ ପସନ୍ଦ କରିଛନ୍ତି କିରଣ ରେଡ୍ଡୀ । ଆନ୍ଧ୍ରରେ ଓ୍ବାଇଏସଆର କଂଗ୍ରେସ କ୍ଷମତାସୀନ ଥିବା ବେଳେ ତେଲୁଗୁଦେଶମ ପାର୍ଟି ବିରୋଧୀ ଦଳରେ ରହିଛି । ତେବେ କିରଣ ରେଡ୍ଡୀଙ୍କ ଯୋଗଦାନ ବିଜେପି ପାଇଁ ଲାଭଦାୟକ ହେବ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here