ସୂଚନା ଅନୁଯାୟୀ , କଟକ ଜଗତପୁର ଗୁଜରପୁର ଅଞ୍ଚଳର ଏକ ପଲିଥିନ କାରଖାନା କାମ ଚାଲିଥିବା ବେଳେ, ହଠାତ କାରଖାନାରେ ନିଆଁ ଲାଗିଯାଇଥିଲା। ହୁତୁ ହୁତୁ ହୋଇ ଜଳିଗଲା କାରଖାନାରେ ଥିବା ସମସ୍ତ ପଲିଥିନ ଏବଂ ମେସିନ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟସର୍କିଟରୁ ନିଆଁ ଲାଗିଥିବା ନେଇ ସନ୍ଦେହ କରାଯାଉଛି।ତେଣୁ ତୁରନ୍ତ ପଲିଥିନ କାରଖାନାରେ କାର୍ଯ୍ୟରତ କର୍ମଚାରୀମାନେ ଦମକଳାବାହିନୀକୁ ଖବର ଦେଇଥିଲେ। ଖବରପାଇ ଦମକଳାବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ କାହାରି କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here