ସାଧାରଣତଃ ସମସ୍ତେ ଛୋଟବେଳେ ମାଟି ନିର୍ମିତ କୁମ୍ପିରେ ପଇସା ରଖିଥାନ୍ତି । ଏବେ କିନ୍ତୁ ରବର, ପ୍ଲାଷ୍ଟିିକ ଏବଂ ବିଭିନ୍ନ ପ୍ରକାରର କୁମ୍ପି ବଜାରକୁ ଆସିବାକୁ ଲାଗିଲାଣି ଓ ତାର ଚାହିଦା ମଧ୍ୟ ବଜାରରେ ବଢିବାକୁ ଲାଗିଛି । ତେବେ ଜଣେ କାରିଗର ଏମିତି ଏକ କୁମ୍ପି ବନେଇଛନ୍ତି, ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେବାରେ ଲାଗିଛି । ଏହି କୁମ୍ପିକୁ ଯିଏ ଦେଖୁଛି, ସିଏ ଆଶ୍ଟର୍ଯ୍ୟ ହେଉଛି । ଜାପାନ୍ର ଜଣେ ଡିଜାଇନର ଏହି କୁମ୍ପି ବନେଇଛନ୍ତି । ଏହା ଦେଖିବାକୁ ସାଧାରଣତଃ ମଣିଷ ମୁହଁ ଭଳି ଦେଖାଯାଏ ଏବଂ ଏହାର ଦାନ୍ତ ଓ ମାଢ଼ି ମଧ୍ୟ ରହିଛି । ଏହା ଦେଖିବାକୁ ସାଧାରଣ ମଣିଷର ମୁହଁ ଭଳି । କେତେକ ଏହି କୁମ୍ପିକୁ ଖୁବ୍ ପ୍ରଶଂସା କରୁଥିବା ବେଳେ କିଛି ସ୍ଥାନରେ ଏହାକୁ ନେଇ ବେଶ୍ ଆଲୋଚନା ହେଉଛି । ଏହି କୁମ୍ପିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୧୪ ନିୟୁତ ଲୋକ ଏହାକୁ ଦେଖିସାରିଲେଣି ।

LEAVE A REPLY

Please enter your comment!
Please enter your name here