ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କୀ ଆକ୍ରମଣ | ଡେପୁଟି କମିସନର୍‌ଙ୍କ ଅଫିସ୍‌ ବାହାରେ ଆତଙ୍କବାଦୀମାନେ କରିଛନ୍ତି ଗ୍ରେନେଡ୍‌ ମାଡ଼ | ଏହି ଆକ୍ରମଣରେ ପ୍ରାୟ ଦଶ ଜଣ ଆହତ ହୋଇଛନ୍ତି | ଆହତଙ୍କ ମଧ୍ୟରେ ଶିଶୁ ମଧ୍ୟ ସାମିଲ ଅଛନ୍ତି | ଏହି ଘଟଣା ପରେ ସମ୍ପୂର୍ଣ୍ଣ ଅଞ୍ଚଳ ଘେରାବନ୍ଦୀ କରି ପୋଲିସ ସର୍ଚ୍ଚ ଅପରେଶନ ଜୋର ଦାର କରିଦେଇଛି | ଆହତ ମାନଙ୍କୁ ଉଦ୍ଧାର କରାଯ଼ାଇ ହସ୍ପିଟାଲରେ ଭର୍ତ୍ତି କରାଯ଼ାଇଛି | ମିଡିଆ ରିପୋର୍ଟ ମୁତାବକ, ଡିସି ଅଫିସ୍ ବାହାରେ ନିୟୋଜିତ ଥିବା ଗୋଟାଏ ସିକ୍ୟୁରିଟି ପାଟ୍ରୋଲ୍‌ ଉପରକୁ ଆକ୍ରମଣ ଆତଙ୍କୀମାନେ ଟାର୍ଗେଟ କରିଥିଲେ | ଆକ୍ରମଣ ଯୋଗୁଁ ସହରବାସିନ୍ଦାମାନେ ଭୟଭୀତ ହୋଇଯାଇଛନ୍ତି | ଏହି ଆକ୍ରମଣ ଲାଗି ଏପର୍ଯ୍ୟନ୍ତ କୌଣସି ସଙ୍ଗଠନ ନିଜକୁ ଦାୟୀ କରି ନାହାନ୍ତି | ଜମ୍ମୁ ଓ କଶ୍ମୀରରୁ ସ୍ୱତନ୍ତ୍ର ପାହ୍ୟା ଉଚ୍ଛେଦ ହେବା ପର ଠାରୁ ଏହା ହେଉଛି କଶ୍ମୀର ଉପତ୍ୟକାରେ ନିରାପତ୍ତା ବଳଙ୍କ ଉପରେ ଦ୍ୱିତୀୟ ଆତଙ୍କବାଦୀ ଆକ୍ରମଣ |

LEAVE A REPLY

Please enter your comment!
Please enter your name here