ଚଳିତ ବର୍ଷ ଅର୍ଥନୀତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ନୋବେଲ ପୁରସ୍କାର ପାଇଁ ପ୍ରକାଶ ପାଇଛି ନାଁ | ୩ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର । ପ୍ରକାଶ ପାଇଥିବା ନାଁ ମଧ୍ୟରେ ଭାରତୀୟ ବଂଶୋଦ୍ଭବ ଅଭିଜତ ବାନାର୍ଜୀଙ୍କ ନାଁ ଥିବା ବେଳେ ଏଷ୍ଟର ଡୁଫ୍ଲୋ ଏବଂ ମାଇକେଲ କ୍ରେମର ରହିଛନ୍ତି | ଏଷ୍ଟର ଡୁଫ୍ଲୋ ହେଉଛନ୍ତି ଅଭିଜିତଙ୍କ ପତ୍ନୀ । ବିଶ୍ୱରୁ ଦାରଦ୍ର୍ୟ ଦୂରୀକରଣ କରିବାକୁ କରୁଥିବା ଲଢ଼େଇ ପାଇଁ ଏମାନଙ୍କୁ ଏହି ସମ୍ମାନଜନକ ନୋବେଲ ପୁରସ୍କାର ପାଇଁ ମନୋନୀତ କରାଯାଇଥିବା କମିଟି ପକ୍ଷରୁ କୁହାଯାଇଛି | ଭାରତରେ ଜନ୍ମିତ ଅଭିଜିତ ବାନାର୍ଜୀ ହେଉଛନ୍ତି ଆମେରିକା ନାଗରିକ | ୧୯୬୧ ମସିହା ଫେବୃଆରୀ ୨୧ରେ କୋଲାକାତାରେ ଜନ୍ମ ଗ୍ରହଣ କରିଥିବା ଅଭିଜିତ କ୍ୟାଲକାଟା ବିଶ୍ୱବିଦ୍ୟାଳୟ ଓ ପରେ ଜେଏନ୍ୟୁରେ ପାଠ ପଢ଼ିଥିଲେ | ଏହାପରେ ସେ ୧୯୮୮ ମସିହାରେ ହାର୍ବାର୍ଡା ବିଶ୍ୱବିଦ୍ୟାଳୟରୁ ପିଏଚଡି ହାସଲ କରିଥିଲେ | ବର୍ତ୍ତମାନ ଅଭିଜିତ ଆମେରିକାର ମିଟିସ୍ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲଜିରେ ଅର୍ଥନୀତିରେ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି | ୨୦୦୩ ମସିହାରେ ଅଭିଜିତ ଅବଦୁଲ ଲତିଫ ଜାମୀଲ ପୋଭରଟି ଆକ୍ସନ ଲାବ(ଜେ-ପିଏଏଲ) ଖୋଲିଥିଲେ। ଏଥିରେ ଏଷ୍ଟର ଓ ସେନ୍ଧିଲ ମୁଲ୍ଲାଇନାଥମ ମଧ୍ୟ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ସେ ଜାତିସଂଘ ସଚିବଙ୍କ ଦ୍ୱାରା ଗଠିତ ଏକ ପ୍ୟାନେଲରେ ମଧ୍ୟ ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି | ୨୦୧୫ ମସିହାରେ ସେ ସହଯୋଗୀ ତଥା ଅନ୍ୟତମ ଅର୍ଥନୀତିକ ବିଶେଷଜ୍ଞ ଏଷ୍ଟରଙ୍କୁ ବିବାହ କରିଥିଲେ ।