୨୩ ଦିନରେ ପହଁଞ୍ଚିଛି ଦିଲ୍ଲୀ ଚାଷୀ ଆନ୍ଦୋଳନ । ଚାଷୀଙ୍କ ଆନ୍ଦୋଳନ କରିବାର ଅଧିକାର ଅଛି । ହେଲେ କାହା ଜୀବନ ପ୍ରତି ବିପଦ ନଥିବା ଦରକାର । ଏବଂ ହିଂସା ସୃଷ୍ଟି ନହେବା ଦରକାର । ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନ ସମ୍ପର୍କୀତ ଶୁଣାଣି କରି ଆଜି ଏହା କହିଛନ୍ତି ସୁପ୍ରିମକୋର୍ଟ । ଚାଷୀମାନେ ସହରକୁ ଅବରୋଧ କରିପାରିବେ ନାହିଁ ବୋଲି ସର୍ବୋଚ୍ଚ କୋର୍ଟ କହିବା ସହ ରାସ୍ତା ଅବରୋଧ ଫଳରେ କିଛି ଲୋକ ଭୋକିଲା ରହିପାରନ୍ତି । ଆଲୋଚନା ଓ ବାର୍ତ୍ତଳାପ ମାଧ୍ୟମରେ ହିଁ ଚାଷୀଙ୍କ ଉଦ୍ଦେଶ୍ୟ ପୂରଣ ହୋଇପାରିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ
ସେପଟେ କେନ୍ଦ୍ର କୃଷି ଆଇନ୍ କପିକୁ ଚିରି ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ୩ଟି କୃଷି ଆଇନକୁ ବିରୋଧ କରିବା ସହିତ ଦିଲ୍ଲୀ ବିଧାନସଭାରେ କେଜ୍ରିୱାଲ ସରକାର ଚାଷୀଙ୍କ ସହ ଛିଡା ହୋଇଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ । ତା ସହ ଆପ୍ ବିଧାୟକ ମାନେ କୃଷି ଆଇନକୁ କଳା ଆଇନ ବୋଲି କହି ଚିରି ଦେଇଥିଲେ । ବିଲ୍ ଚିରିବା ଘଟଣାକୁ ନେଇ ବିଜେପି ସଦସ୍ୟମାନେ ବିଧାନସଭାରେ ବିରୋଧ କରିଥିଲେ ।

LEAVE A REPLY

Please enter your comment!
Please enter your name here