ଢେଙ୍କାନାଳରେ କାଲି କୂଅରୁ ଉଦ୍ଧାର ହୋଇଥିବା ଶିଶୁ ମୃତ୍ୟୁ ଘଟଣା । ପଡୋଶୀ ମହିଳା ହିଁ ଶିଶୁପୁତ୍ରକୁ ମାରି କୂଅରେ ଫିଙ୍ଗିଦେଇଥିଲା । ହତ୍ୟା ସନ୍ଦେହରେ ପଡୋଶୀ ଦମ୍ପତ୍ତି କାଲିଠୁ ଥାନାରେ ଅଟକ ଥିଲେ । ଆଜି ପଡୋଶୀ ମହିଳାଙ୍କୁ ଗିରଫ କରିଛି ପୋଲିସ । ଗିରଫ ମହିଳା ଶିଶୁକୁ ହତ୍ୟା କରିଥିବା ପୋଲିସ ଆଗରେ ମାନିଛନ୍ତି । ଶିଶୁପୁତ୍ରକୁ ଶ୍ୱାସରୁଦ୍ଧ କରି କୂଅରେ ଫିଙ୍ଗିଦେଇଥିଲା ମହିଳା । ପାରିବାରିକ ଶତ୍ରୁତାରୁ ମହିଳା ଏଭଳି କାଣ୍ଡ କରିଥିବା ସୂଚନା । ନିହଲ ପ୍ରସାଦ ଥାନା ଖଙ୍କିରା ଗାଁର ଏକ କୂଅରୁ ମୃତଦେହ ମିଳିଥିଲା ।

LEAVE A REPLY

Please enter your comment!
Please enter your name here