ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ସମସ୍ତ ଡକ୍ୟୁମେଣ୍ଟ ଧରି ପହଞ୍ଚିଥିଲେ କାଶ୍ମୀର ସାମ୍ବାଦିକ ସାନ୍ନା ଇର୍ସାଦ ମାଟ୍ଟୁ । ଆମେରିକା ଯିବା ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା । ବିମାନବନ୍ଦର ଅଧିକାରୀମାନେ ସମସ୍ତ ଯାଞ୍ଚ ବି କରି ସାରିଥିଲେ । ମାତ୍ର ବିମାନକୁ ଚଢିବା ପୂର୍ବରୁ ତାଙ୍କ ଗସ୍ତ ଉପରେ କଟକଣା ଲାଗି ଯାଇଥିଲା । କାଶ୍ମୀର ସାମ୍ବାଦିକ ସାନ୍ନା ମାଟ୍ଟୁଙ୍କୁ ବିମାନବନ୍ଦରରୁ ଫେରାଇ ଦିଆଯାଇଥିଲା । ସାମ୍ବାଦିକତା କ୍ଷେତ୍ରରେ ସମ୍ମାନଜନକ ପୁଲିଜର ଆଓ୍ବାର୍ଡ ଗ୍ରହଣ କରିବା ପାଇଁ ସେ ଆମେରିକା ବାହାରିଥିଲେ । ଗତ ମଙ୍ଗଳବାର ଦିନ ଏହି ଘଟଣା ଘଟିଥିବା ବେଳେ ବୈଦେଶିକ ବିଭାଗ ଉପସଚିବ ବେଦାନ୍ତ ପଟେଲ କହିଛନ୍ତି, ସାନ୍ନା ମାଟ୍ଟୁଙ୍କ ଗସ୍ତ ଉପରେ ଆମେରିକା ଲଗାଇଥିବା କଟକଣା ସଂପର୍କରେ ସେମାନେ ଜାଣିଛନ୍ତି । ତେବେ କେଉଁ କାରଣ ପାଇଁ ଆମେରିକା ଏଭଳି କଟକଣା ଲଗାଇଲା, ତାହା ସ୍ପଷ୍ଟ ହୋଇନାହିଁ ।

କାଶ୍ମୀର ସାମ୍ବାଦିକ ସାନ୍ନା ଇର୍ସାଦ ମାଟ୍ଟୁ ଜଣେ ଫ୍ରିଲାନ୍ସର ଫଟୋ ସାମ୍ବାଦିକ ଏବଂ ରଏଟର୍ସ ଟିମରେ କାର୍ଯ୍ୟ କରନ୍ତି । ଭାରତରେ କୋଭିଡ ମହାମାରୀ ସଂପର୍କିତ ଫଟୋ ପାଇଁ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ଦିଆଯାଇଥାନ୍ତା । କିନ୍ତୁ ତାଙ୍କ ଗସ୍ତ ଉପରେ କଟକଣା ଲଗାଇ ଆମେରିକା ସାମ୍ବାଦିକତା ସ୍ବାଧୀନତାକୁ ଆଘାତ ଦେଇଛି ବୋଲି ଏସିୟା ପ୍ରୋଗ୍ରାମ କୋଅର୍ଡିନେଟର କହିଛନ୍ତି । ଆମେରିକା ଗସ୍ତ ପାଇଁ ସାନ୍ନାଙ୍କ ପାଖରେ ସମସ୍ତ ଆବଶ୍ୟକ କାଗଜପତ୍ର ଥିବା ସତ୍ତ୍ବେ ତାଙ୍କୁ ବିମାନବନ୍ଦରରୁ ଫେରାଇ ଦିଆଯିବା ଘଟଣାରେ ଭାରତ ପ୍ରତିକ୍ରିୟା ପ୍ରକାଶ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here