ହିନ୍ଦୁ ଧାର୍ମିକ ବିଶ୍ବାସକୁ ନେଇ ବିବାଦୀୟ କଥା କହିଲେ ବିହାର ଭାଗଲପୁର ଜିଲ୍ଲାର ବିଜେପି ବିଧାୟକ ଲଲନ ପାଶଓ୍ବାନ । ଲଲନ କହିଛନ୍ତି, ମୁସଲମାନମାନେ ଲକ୍ଷ୍ମୀଙ୍କୁ ପୂଜା କରନ୍ତିନି, ତା ବୋଲି ସେମାନେ କଣ ଧନୀ ନୁହଁନ୍ତି ? ସେହିପରି ସରସ୍ବତୀଙ୍କୁ ପୂଜା କରନ୍ତିନି ବୋଲି କଣ ସେମାନେ ପାଠ ପଢୁନାହାଁନ୍ତି ? ନା ସେମାନେ ଆଇଏଏସ, ଆଇପିଏସ ଚାକିରୀ କରୁନାହାଁନ୍ତି ? ସେହିପରି ବଜରଙ୍ଗବାଲୀଙ୍କୁ ପୂଜା କରୁ ନ ଥିବାରୁ ମୁସଲମାନମାନେ କଣ ଶକ୍ତିଶାଳୀ ନୁହଁନ୍ତି ? ଏହା ବିଶ୍ବାସର କଥା ଏବଂ ପଥରମୂର୍ତ୍ତିକୁ ପୂଜା କରିବା ନ କରିବା ଆମ ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି । ବିଶ୍ବାସ ବିଜ୍ଞାନସମ୍ମତ ହେବା ଉଚିତ ଏବଂ ଏହା ହେଲେ ଆମର ବୌଦ୍ଧିକ ବିକାଶ ହେବ ବୋଲି ବିଜେପି ବିଧାୟକ କହିଛନ୍ତି । ଆତ୍ମା ଓ ପରମାତ୍ମା ଆମର ବିଶ୍ବାସର କଥା ବୋଲି ସେ କହିଛନ୍ତି ।

ବିଜେପି ବିଧାୟକ ଲଲନ ପାଶ୍ବାନଙ୍କ ଏହି ମନ୍ତବ୍ୟ ପରେ ଭାଗଲପୁରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିକ୍ଷୋଭକାରୀମାନେ ତାଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ।

LEAVE A REPLY

Please enter your comment!
Please enter your name here