ଏସସି-ଏସଟି ଆଇନ ଏବଂ ଆରକ୍ଷଣ ପ୍ରସଙ୍ଗକୁ ନେଇ ଦଳିତ ସମୁଦାୟ ମୋଦୀ ସରକାରଙ୍କ ଉପରେ ଅସନ୍ତୁଷ୍ଟ । ଆଜି ସାରା ଦେଶରେ ଦଳିତ ମାନେ ଆନ୍ଦୋଳନ କରୁଛନ୍ତି । ଦିଲ୍ଲୀର ଜନ୍ତରମନ୍ତରଠାରେ ଭାରତ ବନ୍ଦକୁ ନେଇ ଆୟୋଜିତ ଏକ ଦଳିତ ରାଲିକୁ ସମ୍ବୋଧିତ କରିବା ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ରାହୁଲ ମୋଦିଙ୍କ ଉପରେ କଡା ପ୍ରହାର କରିବା ସହ ପ୍ରଧାନମନ୍ତ୍ରୀଙ୍କ ହୃଦୟରେ ଦଳିତଙ୍କ ପାଇଁ କୌଣସି ସ୍ଥାନ ନଥିବା କହିଛନ୍ତି । ଏପରି କି ମୋଦି ମୁଖ୍ୟମନ୍ତ୍ରୀ ଥିବାବେଳେ ଦଳିତଙ୍କୁ ସଫାଇ କାମରେ ଆନନ୍ଦ ମିଳେ ବୋଲି କହିଥିଲେ । ଯେଉଁ ବିଚାରପତିମାନେ ଏସସି ଏସଟି ଆକ୍ଟ ଉପରେ ନିଷ୍ପତି ନେଇଥିଲେ, ଏହା ସେମାନଙ୍କୁ ମୋଦିଙ୍କ ଉପହାର  ବୋଲି ରାହୁଲ କଟାକ୍ଷ କରିଛନ୍ତି ।

LEAVE A REPLY

Please enter your comment!
Please enter your name here