କରିସ୍ମାଙ୍କ ଫ୍ୟାନମାନଙ୍କ ପାଇଁ ଏକ ଖୁସି ଖବର। କରିସ୍ମା ନିଜ ଫ୍ୟାନମାନଙ୍କ ପାଇଁ ନେଇଆସୁଛନ୍ତି ଏକ ସୁନ୍ଦର ଉପହାର। ଖବର ଅନୁସାରେ କରିସ୍ମା ପୁଣି ଥରେ ପରଦାକୁ ଫେରୁଛନ୍ତି। କୁହାଯାଉଛି ଯେ ସେ ସିରିଅଲ୍ ଏବଂ ଫିଲ୍ମ ନିର୍ମାତା ଏକତା କପୁରଙ୍କ ପ୍ରଡକ୍ସନ ହାଉସର ଗୋଟେ ୱେବ ସିରିଜ୍ ରେ  ଆସିବେ। ମା’ ହେବା ପରେ ସେ ନିଜ ଆକ୍ଟିଙ୍ଗକୁ ନେଇ କହିଥିଲେ- “ଏବେ ଆକ୍ଟିଙ୍ଗକୁ ନେଇ ମୁୁଁ କିଛି ଚିନ୍ତା କରିନାହିଁ । ଯଦି ଆଗକୁ କିଛି କାହାଣୀ ମତେ ପସନ୍ଦ ଆସୁଛି ତେବେ ମୁଁ ନିଶ୍ଚୟ କାମ କରିବି’’ । ଲାଗୁଛି କରିସ୍ମାଙ୍କୁ ତାଙ୍କ ମନ ପସନ୍ଦର କାହାଣୀ ମିଳିସାରିଛି ।

LEAVE A REPLY

Please enter your comment!
Please enter your name here