ଚଳିତ ବର୍ଷ ଜୁଲାଇ ମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରି ପକ୍ଷରୁ ଜିଓ ଗିଗାଫାଇବର ଲଞ୍ଚ ସଂପର୍କରେ ଘୋଷଣା କରାଯାଇଥିଲା. ହେଲେ ଏ ପର୍ଯ୍ୟନ୍ତ ଜିଓ ଗିଗାଫାଇବର ନେଟୱାର୍କକୁ ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ଆରମ୍ଭ କରାଯାଇନାହିଁ. ଏବେବି ଏହା ବିଟା ଫେଜରେ ଅଛି. ତେବେ ଏହି ସେବାର ଆରମ୍ଭ ପାଇଁ ବ୍ରଡବ୍ୟାଣ୍ଡ ଇଣ୍ଡଷ୍ଟ୍ରି ମଧ୍ୟ ଲମ୍ବା ସମୟ ଧରି ଅପେକ୍ଷା କରି ରହିଛନ୍ତି. ବର୍ତ୍ତମାନ ସେହି ସବୁ ସହରର ନାମ ଘୋଷଣା କରାଯାଇଛି ଯେଉଁଠାରେ ପ୍ରଥମେ ଏହି ସେବା ଘୋଷଣା କରାଯିବ. ତା ମଧ୍ୟରେ ବେଙ୍ଗାଲୁରୁ, ରାଞ୍ଚି, ପୁନେ, ଇନ୍ଦୋର, ଥାନେ, ଭୋପାଳ, ଲକ୍ଷ୍ମୌ, କାନପୁର, ପାଟନା, ଆଲ୍ଲାହାବାଦ, ରାୟପୁର, ନାଗପୁର, ଗାଜିୟାବାଦ, ଲୁଧିୟାନା, ମଦୁରାଇ, ନାସିକ, ଫରିଦାବାଦ, କୋୟମ୍ବୟୁଟର, ଗୌହାଟୀ, ଆଗ୍ରା, ମିରଟ, ରାଜକୋଟ, ଶ୍ରୀନଗର, ଅମୃତସର, ଚଣ୍ଡୀଗଡ, ଯୋଦ୍ଧପୁର, କୋଟା ଏବଂ ସୋଲାପୁର ଭଳି ସହର ରହିଛି.