ବିଜେବି ପିପୁଲଲ୍ସ ଆସୋସିଏସନ ମହିଳା ଶାଖା ପକ୍ଷରୁ ବିଜେବି ନଗରରେ ଶିଶୁ ପ୍ରତିଭା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି. ଯେଉଁଥିରେ ପାଖାପାଖି 600 ଜଣ କୁନି କୁନି ପିଲା ଅଂଶ ଗ୍ରହଣ କରି ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ. ତନ୍ମଧ୍ୟରୁ 100ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା. ନୃତ୍ୟ, ସଂଗୀତ, ବକୃତା ଓ ଚିତ୍ରାଙ୍କନକୁ ନେଇ ଚାରୋଟି ବିଭାଗରେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା. ତେବେ 20 ହଜାର ଟଙ୍କା ବ୍ୟୟରେ ଆୟୋଜନ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ପ୍ରମିଳା ପତି (ଉପଦେଷ୍ଟା), ଶ୍ରୀମତୀ ସୁସ୍ମିତା ମହାନ୍ତି (ଆବାହିକା) ଓ ଶ୍ରୀ ରଘୁନାଥ ମିଶ୍ର (ସଭାପତି) ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ.

 

LEAVE A REPLY

Please enter your comment!
Please enter your name here