ବୁଦ୍ଧି ପାଇଲା ଆହତ ଯବାନଙ୍କ ଆର୍ଥିକ ସହାୟତା ରାଶି | ୪ ଗୁଣା ବୁଦ୍ଧି ପାଇଲା ସହାୟତା ରାଶିର ପରିମାଣ | ଦୀର୍ଘ ଦିନ ଧରି ଆହତ ଯବାନଙ୍କ ସହାୟତା ରାଶି ବୃଦ୍ଧି କରିବା ନେଇ ଦାବି ହୋଇଆସୁଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉକ୍ତ ପ୍ରସ୍ତାବକୁ ମଂଜୁର ପ୍ରଦାନ କରିଛନ୍ତି | ଆହତ ଯବାନଙ୍କୁ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ମିଳୁଥିବା ବେଳେ ଏବେ ୮ ଲକ୍ଷ ଟଙ୍କା ସହାୟତା ରାଶି ମିଳିବ | ପେନସନ୍, ସେନାର ସାମୁହିକ ବୀମା, ସେନା କଲ୍ୟାଣ ନିଧି ଏବଂ ଅନୁଗ୍ରହ ରାଶିକୁ ଛାଡି ଏହି ସହାୟତା ରାଶି ଦିଆଯିବ | ଶନିବାର ସେନା ଅଧିକାରୀଙ୍କ କହିବାନୁସାରେ, ଆର୍ଥୀକ ସହଯୋଗ ପାଇଁ ଯୁଦ୍ଧରେ ଆହତ ହୋଇଥିବା ସୈନ୍ୟଙ୍କୁ ସୈନ୍ୟ କଲ୍ୟାଣ ନିଧି (ଏବିସିଡବ୍ଲ୍ୟୁଏଫ୍) ରେ ଅର୍ଥ ଦିଆଯିବ | ତେବେ ବର୍ତ୍ତମାନ ଯୁଦ୍ଧରେ ସହିଦ୍ ହୋଇଥିବା ସୈନ୍ୟ ଏବଂ ୬୦ ପ୍ରତିଶତ କିମ୍ବା ଏହାଠାରୁ ଅଧିକ ଅପାଙ୍ଗତା ସହ୍ୟ କରିଥିବା ସୈନ୍ୟଙ୍କ ସହ ଅନ୍ୟ ଶ୍ରେଣୀରେ ଆସୁଥିବା ଯବାନଙ୍କୁ ବି ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥୀକ ସହାୟତା ଦିଆଯାଉଛି । ସେହିପରି ପୂର୍ବରୁ ୬୦ ପ୍ରତିଶତରୁ କମ୍ ଅପାଙ୍ଗତା ପାଇଥିବା ଯବାନଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ମିଳିଥାଏ |

LEAVE A REPLY

Please enter your comment!
Please enter your name here