ଚାଲିଛି ପାଵଣ ଋତୁ | ଆସିଛନ୍ତି ମା | ମାଙ୍କ ଆଗମନକୁ ନେଇ ଚାରିଆଡେ ଉତ୍ସବର ମାହୋଲ | ରଙ୍ଗ ବିରଙ୍ଗ ଆଲୋକ ମାଳରେ ସୁସଜ୍ଜିତ ହୋଇଛି ତୋରଣମାନ | ଭଳିକି ଭଳି ଆଲୋକ ମାଳ ସାଙ୍ଗକୁ ଝଲସୁଛନ୍ତି ମା | ସେପଟେ ରାଜଧାନୀ ଭୁବନେଶ୍ୱର ଓ ଭାଇଚାରାର ସହର କଟକରେ ସୁରକ୍ଷା ବ୍ୟବସ୍ଥାକୁ କଡା କଡ଼ି କରାଯାଇଛି | ରାଜଧାନୀରେ ୧୭୪ଟି ମେଢ଼, କଟରେ ୨୩୬ଟି ମେଢ଼ ହୋଇଛି | ସେହିପରି ସୁରକ୍ଷା ବ୍ୟବସ୍ଥାକୁ ନେଇ ଭୁବନେଶ୍ୱରରେ ୨୦୦୦ ସ୍ପେଶାଲ ପୁଲିସ ଅଫିସର ରହିବା ସହିତ ୩୫ଟି ପ୍ଲାଟୁନ୍‌ ନିୟୋଜିତ ହୋଇଛନ୍ତି | କଟକରେ ସୁରକ୍ଷାକୁ ଦୃଷ୍ଟିରେ ରଖି ୮୩ଟି ପ୍ଲାଟୁନ୍‌ ଫୋର୍ସକୁ ନିୟୋଜିତ କରାଯାଇଛି | ପୂଜା ସମୟରେ ଭାବିଯାନ ଚଳାଚଳ ଉପରେ କଟକଣା ଲାଗିଛି | ସମସ୍ତ ପୂଜା ମଣ୍ଡପ ନିକଟରେ ଭକ୍ତଙ୍କ ଦର୍ଶନ ଲାଗି ବ୍ୟାରିକେଡ୍‌ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି | ପୂଜା ମଣ୍ଡପ ନିକଟରେ ପର୍ଯ୍ୟାପ୍ତ ଆଲୋକୀକରଣ ଓ ଅଗ୍ନି ନିର୍ବାପନ ବ୍ୟବସ୍ଥା ପ୍ରତି ଧ୍ୟାନ ଦେବାକୁ କିମସନ୍‌ରେଟ୍‌ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି | ଅନ୍ୟପଟେ ଦୁର୍ଗାପୂଜା ସମୟରେ ୧୨ଟା ସୁଦ୍ଧା ମେଲୋଡି କାର୍ଯ୍ୟକ୍ରମ ଶେଷ କରିବା ସହିତ ଭସାଣି ବେଳେ ଭାଇବ୍ରେଟ ମ୍ୟୁଜିକ ବ୍ୟବହାର ନକରିବାକୁ ପୁଲିସ କମିସନ୍‌ରେଟ୍‌ ସୁଧାଂଶୁ ଷଡଙ୍ଗୀ ଅନୁରୋଧ କରିଛନ୍ତି |

LEAVE A REPLY

Please enter your comment!
Please enter your name here