ପୁଲୱାମା ଆକ୍ରମଣ ଘଟଣା ଦେଶବାସୀଙ୍କ ମନରୁ ନଲିଭୁଣୁ ପୁଣି ଏକ ବଡ଼ ଧରଣର ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରିଛି ଜୈଶ-ଏ-ମହମ୍ମଦ । ଏଥିପାଇଁ ସଜାଗ ରହିବାକୁ ଭାରତୀୟ ଗୁଇନ୍ଦା ବିଭାଗ ସୁରକ୍ଷାବାହିନୀକୁ ସତର୍କ କରାଇ ଦେଇଛି । ଜୈଶ-ଏ-ମହମ୍ମଦ ସଂଗଠନ ଓ କାଶ୍ମୀରରେ ଥିବା ତାର ଆତଙ୍କବାଦୀଙ୍କ ମଧ୍ୟରେ ପୁଲୱାମାଠାରୁ ବଡ଼ ହମଲା ପାଇଁ କଥାବାର୍ତ୍ତା ହେଉଥିବା ଗୁଇନ୍ଦା ବିଭାଗ ସୂଚନା ପାଇଛି । ଏହି ଆକ୍ରମଣ ପୁଲୱାମା ଆକ୍ରମଣଠାରୁ ଆହୁରି ବଡ଼ ହେବ । ଏଥିରେ ପ୍ରାୟ ୫୦୦ କିଲୋର ବିସ୍ଫୋରକ ବ୍ୟବହାର କରାଯିବ ବୋଲି ଗୁଇନ୍ଦା ବିଭାଗ କହିଛି । ଏଥର ବି ଟାର୍ଗେଟ୍‌ରେ ଭାରତୀୟ ଯବାନ ରହିଛନ୍ତି । ଏଥିପାଇଁ ଏକ ଭିଡ଼ିଓ ମଧ୍ୟ ତିଆରି କରାଯାଇଛି । ଯେଉଁ ଭିଡ଼ିଓ ଦ୍ୱାରା ଯୁବକଙ୍କୁ ଆତଙ୍କୀ ସଂଗଠନ ନିଜ ଆଡ଼କୁ ଆକର୍ଷିତ କରିବାକୁ ପ୍ରୟାସ କରୁଥିବା ଦେଖିବାକୁ ମିଳିଛି । ୧୪-ଫେବୃୟାରୀରେ ହୋଇଥିବା ପୁଲୱାମା ହମଲା ଦେଶବାସୀଙ୍କ ମନରୁ ଲିଭି ନାହିଁ । ଆତ୍ମଘାତୀ ବିସ୍ଫୋରଣରେ ଦେଶ ୪୪ ବୀର ଯବାନଙ୍କୁ ହରାଇଛି ।

LEAVE A REPLY

Please enter your comment!
Please enter your name here