ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବାଲ୍ୟ ବିବାହ ବିରୋଧରେ ଆରମ୍ଭ କରିଛନ୍ତି ଅଭିଯାନ । ଏହା ଅନ୍ତର୍ଗତ ଇଣ୍ଟର ପାସ କରିଥିବା ଅବିବାହିତା କନ୍ୟାକୁ ସରକାର ୧୦ ହଜାର ଟଙ୍କା ପ୍ରଦାନ କରିବେ ବୋଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ଯୋଜନା ଦ୍ୱାରା ୨ ଲକ୍ଷ ୪୯ ହଜାର ୮୬୫ କନ୍ୟା ଉପକୃତ ହେବେ । ଏଥିରେ ୨୪୯ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ମୁଖ୍ୟମନ୍ତ୍ରୀ ଛାତ୍ରୀଛାତ୍ର ସାଇକେଲ ଯୋଜନା ଅନ୍ତର୍ଗତ ଏଣିକି ସାଇକେଲ କିଣିବା ପାଇଁ ଅଢ଼େଇ ହଜାର ଟଙ୍କା ପରିବର୍ତ୍ତେ ୩ ହଜାର ଟଙ୍କା ଦିଆଯିବ। ବୋଲି ମୁଖ୍ୟ ସଚିବ ସଞ୍ଜୟ କୁମାର ସୂଚନା ଦେଇଛନ୍ତି।