ଦେଶରେ ଗୋଟିଏ ପଟେ #metoo  ଅଭିଯାନ ଜୋର ଧରିଥିବା ବେଳେ ଅନ୍ୟପଟେ, ଯେଉଁ ମହିଳାମାନେ ଏହି ମାମଲାରେ ଚୁପ୍ ବସିଥିଲେ ସେମାନେ ଏବେ ସାମ୍ନାକୁ ଆସୁଛନ୍ତି ଓ ନିଜ ସହ ହେଇଥିବା ସେକ୍ସୁଆଲ୍ ହାରାସମେଣ୍ଟ ଘଟଣା ସଂପର୍କରେ ବଖାଣୁଛନ୍ତି. ତେବେ ଏଥିପାଇଁ ଆମେ ଆପଣକୁ କିଛି କାନୁନ୍ ବିଷୟରେ ଅବଗତ କରାଇବୁ ଯାହା ଦ୍ୱାରା ଆପଣ ନିଜ ଅଫିସ୍ ରେ ଏଭଳି ଘଟଣାରୁ ନିଜକୁ ସୁରକ୍ଷିତ ରଖିପାରିବେ. ଏଭଳି କାନୁନକୁ 1997 ମସିହାରେ ବିଶାଖା ଗାଇଡ୍ ଲାଇନରେ ଜାରି କରାଯାଇଥିଲା.  କିନ୍ତୁ 2013 ମସିହାରେ ଯେତେବେଳେ Sexual Harrassment of Women on Workplace କିମ୍ବା POSH Act ଆସିଲା, ସେତେବେଳେ 1997 ମସିହା ବିଶାଖା ଗାଇଡ୍ ଲାଇନକୁ ରିପ୍ଲେସ କରାଗଲା. ଏହା ପରେ Criminal Law Act 2013କୁ ପାସ୍ କରାଗଲା ଏବଂ ଭାରତୀୟ ପେନାଲ କୋଡ୍ ଆଇପିସି ସେକ୍ସନ 354 ଧାରାକୁ ଏହା ସହ ଯୋଡାଗଲା. ତେବେ ସେକ୍ସୁଆଲ୍ ହାରାସମେଣ୍ଟ ଭିତରେ ଆସୁଥିବା କିଛି କଥାଗୁଡିକ ହେଲା-

  • ଯଦି କେହି ଆପଣଙ୍କୁ ଆପଣଙ୍କ ଅନିୁମତି ବିନା ଛୁଉଁଛି କିମ୍ବା ଏହାର ଫାଇଦା ନେବାକୁ ଚେଷ୍ଟା କରୁଛି
  • ସେକ୍ସୁଆଲ୍ ଫେବର୍ ପାଇଁ କୌଣସି ପ୍ରକାର ଡିମାଣ୍ଡ ରଖିବା
  • ଏମିତି ପ୍ରକାର କଥା କହିବା ଯେଉଁଥିରେ ସେକ୍ସୁଆଲର କଥା ଆସୁଥିବ
  • ପର୍ଣ୍ଣ ଭିଡିଓ ଦେଖାଇବା କିମ୍ବା ପଠେଇବା
  • କୌଣସି ପ୍ରକାର ଖରାପ ଠାର ଦେବା, ତେଣିକି ସିଏ ଫିଜିକାଲ୍ ହେଉ କିମ୍ବା ମୌଖିକ

 

ଦୋଷୀଙ୍କ ପାଇଁ କି ସଜା

  • କ୍ରିମିନାଲ ଲ ଆକ୍ଟ 2013 ଅନୁସାରେ, ମହିଳାଙ୍କୁ ଛୁଇଁଲେ 1 ବର୍ଷରୁ 5 ବର୍ଷ ପର୍ଯ୍ୟନ୍ତ ଜେଲ୍ ହେବା ସହ ଜୋରିମାନା ମଧ୍ୟ ହୋଇପାରେ
  • ଇନଫରମେସନ ଟେକ୍ନୋଲୋଜୀ 2000 ଅନୁସାରେ, କୌଣସି ମହିଳାଙ୍କୁ ଖରାପ ନଜରରେ ଦେଖିଲେ କିମ୍ବା ତାଙ୍କ ଅଜାଣତରେ ଫଟୋ ଉଠାଇ ତାକୁ ଚାରିଆଡେ ବାଣ୍ଟିଲେ ମଧ୍ୟ ଏଥିପାଇଁ 1 ବର୍ଷରୁ 7 ବର୍ଷ ପର୍ଯ୍ୟନ୍ତ ଜେଲ୍ ସହ ଜୋରିମାନା ହୋଇପାରେ.
  • କୌଣସି ମହିଳାଙ୍କ ଇଜ୍ଜତକୁ ଖାତିର୍ ନ କରି ତାଙ୍କୁ ଅସଭ୍ୟ ଭାଷା କହିଲେ ସେଥିପାଇଁ 3 ବର୍ଷ ପର୍ଯ୍ୟନ୍ତ ଜେଲ୍ ସହ ଜୋରିମାନା ମଧ୍ୟ ହେଇପାରେ.
  • ନିଜ ଅଧୀନରେ କାମ କରୁଥିବା ମହିଳାଙ୍କ ସହ ତାଙ୍କ ସହମତିରେ ସେକ୍ସ କଲେ ମଧ୍ୟ କ୍ରିମିନାଲ୍ ଲ ଆକ୍ଟ 2013 ଅନୁସାରେ 5 ବର୍ଷରୁ 10 ବର୍ଷ ପର୍ଯ୍ୟନ୍ତ ଜେଲ୍ ସହ ଜୋରିମାନା ମଧ୍ୟ ହେଇପାରେ.

 

LEAVE A REPLY

Please enter your comment!
Please enter your name here