ସବୁବର୍ଷ ଭଳି ଚଳିତ ବର୍ଷର ଇଣ୍ଡିଆନ ଆଇଡଲ ବିଜେତାଙ୍କ ନା ଘୋଷଣା କରାଯାଇଛି. ସମସ୍ତଙ୍କୁ ପଛରେ ପକାଇ ଇଣ୍ଡିଆନ ଆଇଡଲ-10 ର ବିଜେତା ହୋଇଛନ୍ତି ସଲମାନ ଅଲ୍ଲି. ସୋନି ଟିଭିରେ ପ୍ରସାରିତ ହେଉଥିବା ରିୟଲିଟି ସୋ ଇଣ୍ଡିଆନ ଆଇଡଲ-10, ଜୁଲାଇ 29 ତାରିଖରୁ ଆରମ୍ଭ ହୋଇଥିଲା ଏବଂ ଏହାକୁ ନେହା କକ୍କର, ଜାୱେଦ ଅଲ୍ଲି ଓ ବିଶାଲ ଦଦଲନି ଜଜ୍ ରୂପେ ପରିଚାଳିତ କରୁଥିଲେ. ରବିବାର ଏହାର ବିଜେତାଙ୍କ ନାମ ଘୋଷଣା କରାଯାଇଛି. ଏହାଛଡା ଫାଇନାଲ ରାଉଣ୍ଡରେ ଫିଲ୍ମ ‘ଜିରୋ’ ର ପ୍ରମୋସନ ପାଇଁ ଶାହାରୁଖ୍, ଅନୁଷ୍କା ଓ କ୍ୟାଟ୍ରିନା ପହଞ୍ଚିଥିଲେ ଏବଂ ପରେ ପ୍ରତିଯୋଗୀଙ୍କ ସହ ମଜା କରିବା ସହ ସେମାନଙ୍କୁ ଆଗକୁ ଯିବା ପାଇଁ ଉତ୍ସାହିତ କରିଥିଲେ. ଅନ୍ୟପଟେ ବିଜେତା ଦୌଡରେ ଥିବା ପ୍ରତିଯୋଗୀ ନିତିନ କୁମାର, ଅଙ୍କୁଶ ଭରଦ୍ୱାଜ, ନିଲଞ୍ଜନା ରଏ ବିଭୋର ପରଶାରଙ୍କୁ ଶେଷରେ ନିରାଶ ହେବାକୁ ପଡିଥିଲା. ଆଉ ଇଣ୍ଡିଆନ ଆଇଡଲ-10 ମୁକୁଟ ପିନ୍ଧିଥିଲେ ସଲମାନ ଅଲ୍ଲି.













