ଶନିବାର ବିଳମ୍ବିତ ରାତିରେ ଇଣ୍ଡୋନେସିଆରେ ଭୟଙ୍କର ସୁନାମୀ ଆସିଛି. ଫଳରେ ବହୁ ଲୋକଙ୍କ ଜୀବନହାନି ହୋଇଛି. ଇଣ୍ଡୋନେସିଆର ସୁମାତ୍ରା ଓ ଜାଭା ଦ୍ୱିପରେ ଏହି ଦୁର୍ବିପାକ ହୋଇଥିବା ସୂଚନା ମିଳିଛି. ବର୍ତ୍ତମାନ ସୁଦ୍ଧା ଏହି ବିପର୍ଯ୍ୟୟରେ 281 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି.  ମିଳିଥିବା ସୂଚନା ଅନୁସାରେ, ଆଗ୍ନେୟଗିରିରେ ବିସ୍ଫୋରଣ ଯୋଗୁଁ ଏହି ପ୍ରଳୟଙ୍କାରୀ ସୁନାମି ହୋଇଥିବା କୁହାଯାଉଛି. ସୁନାମି ଏଭଳି ରୂପରେ ଆସିଥିଲା ଯେ,  ପାଖାପାଖି 1000ରୁ ଅଧିକ ଲୋକ ଏଥିରେ ଆହତ ହୋଇଥିବା ବେଳେ ବହୁ ଲୋକ ଏ ଯାଏଁ ନିଖୋଜ ଅଛନ୍ତି. ଅନ୍ୟପଟେ ସୁନାମି ଆସିବା ଫଳରେ ସୁଉଚ୍ଚ କୋଠାସବୁ ଭୁଶୁଡି ପଡିବା ସହ 20 ମିଟର ଉଚ୍ଚତାରେ ସମୁଦ୍ରରେ ଢେଉ ସୃଷ୍ଟି ହୋଇଥିଲା. ଚାହୁଁ ଚାହୁଁ କିଛି କ୍ଷଣ ମଧ୍ୟରେ ସବୁ କିଛି ସରିଯାଇଥିଲା. ପରିବାର ଲୋକ ନିଜ ଆତ୍ମୀୟସୁଜନଙ୍କୁ ହରାଇ ଦୁଃଖରେ ଭାଙ୍ଗିପଡିଛନ୍ତି. ପରବର୍ତ୍ତୀ ସମୟରେ ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି. ଆଉ ଇଣ୍ଡୋନେସିଆ ସରକାରଙ୍କ ତରଫରୁ କ୍ଷତିଗ୍ରସ୍ତ ଲୋକଙ୍କୁ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦିଆଯାଇଛି. ଅନ୍ୟପଟେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆବାସୀଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି.

LEAVE A REPLY

Please enter your comment!
Please enter your name here