ଶେଷରେ ବୋଇଂ ବିମାନ 737 ମାକ୍ସ-8ର ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଲା ଭାରତ. 6 ମାସ ଭିତରେ 737 ମାକ୍ସ-8ର ଦୁଇଟି ବିମାନ ଦୁର୍ଘଟଣା ପରେ ଏବେ ସାରା ଭାରତରେ ଏହା ଚିନ୍ତାର ବିଷୟ ପାଲଟିଛି. ଇଥୋପିଆରେ 737 ମାକ୍ସର ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏବେ ବିଭିନ୍ନ ଦେଶରେ ଏହାର ଉଡାଣକୁ ବନ୍ଦ କରିଦିଆଯାଇଛି. ରବିବାର ହୋଇଥିବା ଏହି ଦୁର୍ଘଟଣାରେ 4 ଭାରତୀୟଙ୍କ ସମେତ 157 ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା. ଏହାକୁ ନେଇ ଏୟାରଲାଇନ୍ସ ଓ ଏଜେନ୍ସିମାନଙ୍କ ସହ ଲଗାତର ଆଲୋଚନା ହେଉଥିବା ଡିଜିସିଏ ପକ୍ଷରୁ ସୂଚନା ଦିଆଯାଇଛି. ବେସାମରିକ ବିମାନ ଚଳାଚଳ ସଚିବ ସୁରଶ ପ୍ରଭୁ ଏ ନେଇ ବୁଧବାର ଅପରାହ୍ନ 4ଟାରେ ଏକ ବୈଠକ ଡାକିଛନ୍ତି, ଯେଉଁଥିରେ ଯାତ୍ରୀଙ୍କ ସୁରକ୍ଷା ନେଇ ଆଲୋଚନା ହୋଇପାରେ ବୋଲି ଆଶା କରାଯାଉଛି.

LEAVE A REPLY

Please enter your comment!
Please enter your name here