ଇଥିଓପିଆ ଏୟାରଲାଇନସରେ ଦୁର୍ଘଟଣା । ଏହି ବିମାନରେ ୧୪୯ ଜଣ ଯାତ୍ରୀ ଏବଂ ୮ଜଣିଆ ଚାଳକ ଦଳ ସାମିଲ ଥିଲେ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ, ଇଥିଓପିଆନ ଏୟାରଲାଇନ୍ସର ବୋଇଙ୍ଗ ୭୩୭-୮୦୦ମ୍ୟାକ୍ସ ବିମାନ ୮ଟା ୩୮ରେ ଉଡାଣ ଭିରିଥିଲା । ଏହାପରେ ୮ଟା ୪୪ରେ ତାହା ସହ ଯୋଗାଯୋଗ ଛିନ୍ନ ହୋଇଥିଲା । ଯୋଗାଯୋଗ ବିଛିନ୍ନ ହେବା ପରେ ଉଦ୍ଧାର ଅଭିଯାନ ଆରମ୍ଭ କରାଗଲା । ଏହି ବିମାନ ଭିତରେ ୧୪୯ ଜଣ ଯାତ୍ରୀ ଏବଂ ୮ଜଣିଆ ଚାଳକ ଦଳ ଯାତ୍ରା କରୁଥିବା କୁହାଯାଉଛି । ଦୁର୍ଘଟଣାସ୍ଥଳକୁ ଏବେ ଏୟାରଲାଇନ୍ସ ଷ୍ଟାଫ ଏବଂ ଉଦ୍ଧାରକର୍ମୀଙ୍କୁ ପଠାଯାଇଛି । ତେବେ ଏହି ସମୟରେ ମୃତକଙ୍କ ସଂଖ୍ୟା ଏବଂ ଆହତଙ୍କ ସଂଖ୍ୟା ଆକଳନ କରାଯାଇ ନାହିଁ ।

LEAVE A REPLY

Please enter your comment!
Please enter your name here