ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ସଜ୍ଜନ କୁମାର କଂଗ୍ରେସ ଦଳର ପ୍ରାଥମିକ ସଭ୍ୟପଦରୁ ଇସ୍ତଫା ଦେଇଛନ୍ତି । ୧୯୮୪ ମସିହା ଶିଖ ବିରୋଧୀ ଦଙ୍ଗା ଓ ୫ ଜଣଙ୍କୁ ହତ୍ୟା ପାଇଁ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି । ସଜ୍ଜନ କୁମାର ଆଜି କଂଗ୍ରେସ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ, ତାଙ୍କ ବିରୋଧରେ ମାନ୍ୟବର ଦିଲ୍ଲୀ ହାଇକୋର୍ଟଙ୍କ ରାୟ ପରେ ସେ କଂଗ୍ରେସ ଦଳର ପ୍ରାଥମିକ ସଭ୍ୟପଦରୁ ଇସ୍ତଫା ଦେଉଛନ୍ତି ଓ ଏହାକୁ କାର୍ଯ୍ୟକାରୀ କରାଯାଉ । ଦିଲ୍ଲୀ ହାଇକୋର୍ଟ ତାଙ୍କ ୨୦୩ ପୃଷ୍ଠା ସମ୍ବଳିତ ରାୟରେ ସଜ୍ଜନ ଶର୍ମାଙ୍କୁ ଦୋଷୀ ବୋଲି ଅଭିହିତ କରି ମୃତ୍ୟୁ ପର୍ଯ୍ୟନ୍ତ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି. ପୂର୍ବରୁ ଏହି ମାମଲାରେ ସଜ୍ଜନ କୁମାରଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଥିବା ବେଳେ ଦିଲ୍ଲୀ ହାଇକୋର୍ଟ ତଳ କୋର୍ଟ ରାୟକୁ ଖାରଜ କରିଦେଇଛନ୍ତି. 1984 ଅକ୍ଟୋବର 31ରେ ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀ ତାଙ୍କ ଶିଖ ନିରାପତ୍ତାରକ୍ଷୀଙ୍କ ଦ୍ବାରା ହତ୍ୟାର ଶୀକାର ହେବା ପରେ ଶିଖ ବିରୋଧୀ ଦଙ୍ଗା ସୃଷ୍ଟି ହୋଇଥିଲା. 73 ବର୍ଷୀୟ ସଜ୍ଜନ କୁମାର 1984 ନଭେମ୍ବର 1 ତାରିଖରେ ଦିଲ୍ଲୀର ରାଜନଗର ସ୍ଥିତି ଏକ ଶିଖ ପରିବାରର ପାଞ୍ଚଜଣଙ୍କୁ ହତ୍ୟା କରିବା ସହ ଗୁରୁଦ୍ବାରରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା. ଏହି ଘଟଣା ପରେ ବି ସଜ୍ନନ କୁମାର ଲୋକସଭାକୁ ନିର୍ବାଚିତ ହୋଇଥିଲେ. ଗତ 34 ବର୍ଷ ଧରି ଜଗଦିଶ କାଉର ଓ ନୀରପ୍ରିତ କାଉର ନ୍ୟାୟ ପାଇଁ ଲଢେଇ କରି ଆସୁଥିଲେ. ତେବେ ଦୀର୍ଘବର୍ଷର ଏହି ମାମଲାର ରାୟ ଶୁଣାଣୀ ବେଳେ ହାଇକୋର୍ଟ ଶିଖ ବିରୋଧୀ ଦଙ୍ଗାର ଅଭିଯୁକ୍ତମାନଙ୍କୁ ରାଜନୈତିକ ସୁରକ୍ଷା ଯୋଗାଇ ଦିଆଯାଇଥିବା କହିଥିଲେ।

LEAVE A REPLY

Please enter your comment!
Please enter your name here