ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି (ଏସପି) ଓ ବହୁଜନ ସମାଜ ପାର୍ଟି (ବିଏସପି) ମଧ୍ୟରେ ମେଣ୍ଟ ହୋଇଛି । ୨୦୧୯ ଲୋକସଭା ନିର୍ବାଚନରେ କେନ୍ଦ୍ରରୁ ବିଜେପି ସରକାରକୁ ହଟାଇବା ପାଇଁ ଏହି ମେଣ୍ଟ ହୋଇଛି । ତେବେ ମେଣ୍ଟରେ କଂଗ୍ରେସକୁ ସାମିଲ କରାଯାଇ ନାହିଁ । ଶନିବାର ଏନେଇ ମିଳିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ବିଏସପି ମୁଖ୍ୟ ମାୟାବତୀ । ଉଭୟ ଦଳ ୩୮-୩୮ ଆସନରୁ ନିର୍ବାଚନ ଲଢିବେ । ୨ଟି ଆସନ ଅନ୍ୟ ଦଳ ପାଇଁ ଏବଂ ୨ଟି ଆସନ କଂଗ୍ରେସ ପାଇଁ ଛାଡିବେ ବୋଲି ମୟାବତୀ କହିଛନ୍ତି । ଅମେଠି ଏବଂ ରାୟବରେଲି ରାହୁଲ ଓ ସୋନିଆଙ୍କ ଆସନ ହୋଇଥିବା ହେତୁ ଏହି ଦୁଇଟି ଆସନ କଂଗ୍ରସ ପାଇଁ ଛାଡିବେ ବୋଲି ମାୟାବତୀ ସ୍ପଷ୍ଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here