ମନ୍ତ୍ରୀ ଓ ସାଂସଦଙ୍କ ପାଇଁ କଠୋର ହେଲେ ମୋଦି । ସଂସଦରେ ଅନୁପସ୍ଥିତ ରହୁଥିବା ମନ୍ତ୍ରୀ ଓ ସାଂସଦ ମାନଙ୍କ ତାଲିକା ପ୍ରତିଦିନ ଦାଖଲ କରିବାକୁ ଦେଲେ ନିର୍ଦ୍ଦେଶ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ନିର୍ଦ୍ଦେଶ ଦେଇ ମୋଦି କହିଛନ୍ତି ରୋଷ୍ଟର ଅନୁସାରେ ସମସ୍ତ ମନ୍ତ୍ରୀମାନଙ୍କୁ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ଉପସ୍ଥିତ ରହିବାକୁ କୁହାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ସାଂସଦ ମାନଙ୍କୁ ନିଜ ସଂସଦୀୟ କ୍ଷେତ୍ରର ଉନ୍ନତି ଏବଂ ବିକାଶ ଦିଗରେ ଧ୍ୟ୍ୟାନ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସାଂସଦମାନେ ସ୍ଥାନୀୟ ପ୍ରଶାସନ ସହ ମିଶି ନିଜ ସଂସଦୀୟ କ୍ଷେତ୍ରର ଯାହା ସମସ୍ୟା ରହିଛି ତାହା ସମାଧାନ ପାଇଁ ଉଦ୍ୟମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ବିଭିନ୍ନ ସମୟରେ ସଂସଦରେ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଏବଂ ବିତର୍କ ଚାଲିଥିବା ସମୟରେ କିଛି ମନ୍ତ୍ରୀ ଓ ସାଂସଦ ମାନେ ଅନୁପସ୍ଥିତ ରୁହନ୍ତି । ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସିବା ଫଳରେ ପ୍ରଧାନମନ୍ତ୍ରୀ ଏଭଳି ନିଷ୍ପତି ନେଇଥିବା ଜଣା ପଡିଛି । ପ୍ରତିଦିନ ସଂନ୍ଧ୍ୟାରେ ସଂସଦୀୟ ବ୍ୟାପାରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଅନୁପସ୍ଥିତ ମନ୍ତ୍ରୀ ଓ ସାଂସଦ ମାନଙ୍କ ତାଲିକା ପ୍ରଦାନ କରିବେ ।

LEAVE A REPLY

Please enter your comment!
Please enter your name here