ଏଥର ସ୍ୱତନ୍ତ୍ର ହେବ ସାଧାରଣତନ୍ତ୍ର ଦିବସ ପରେଡ । ଦିଲ୍ଲୀ କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହେବ ନାରୀଶକ୍ତି । ବିଏସଏଫ କଣ୍ଟିଜେଣ୍ଟରେ ସାମିଲ ହେବେ ମହିଳା ଯବାନ । ସେହିପରି ନାଭାଲ କଣ୍ଟିଜେଣ୍ଟରେ ଲିଡ୍ କରିବେ ମହିଳା ଅଫିସର । ୧୪୪ ଜଣିଆ ଟିମକୁ ମହିଳା ଅଫିସର ଲିଡ୍ କରିବେ । ୪ ଦଶନ୍ଧି ଧରି ଦେଶର ସୁରକ୍ଷାରେ ନିୟୋଜିତ ଆଇଏଲ-୩୮ଏୟାରକ୍ରାଫ୍ଟ ଶେଷଥର ଲାଗି ପରେଡରେ ସାମିଲ ହେବ । ସେହିପରି ଏଥର ମେଡ୍ ଇନ୍ ଇଣ୍ଡିଆ ଯୁଦ୍ଧାସ୍ତ୍ର ସାମିଲ କରାଯିବ । ଆତ୍ମ ନିର୍ଭର ଭାରତକୁ ଫୋକସ କରି ଏଥର ପରେଡରେ କେବଳ ଭାରତରେ ନିର୍ମିତ ଯୁଦ୍ଧାସ୍ତ୍ର ସାମିଲ କରାଯିବ ବୋଲି ସୂଚନା ମିିଳିଛି ।

LEAVE A REPLY

Please enter your comment!
Please enter your name here