ବାପାଙ୍କ ମୃତ୍ୟୁର ବର୍ଷେ ପରେ ଚାଲିଗଲେ ଦିବଙ୍ଗତ ଓଲିଉଡ ଅଭିନେତା ମିହିର ଦାସଙ୍କ ସାନ ପୁଅ । ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଅକ୍ଲାନ୍ତ ଦାସ । ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୨୬ ବର୍ଷ ବୟସ ହୋଇଥିଲା । ମାସେ ହେବ ଭୁବନେଶ୍ୱର ଏମ୍ସରେ ତାଙ୍କର ଚିକିତ୍ସା ଚାଲିଥିଲା । ଲିଭର ଜନିତ ସମସ୍ୟା ଯୋଗୁଁ ଚିକିତ୍ସାଧୀନ ଥିଲେ ଅକ୍ଳାନ୍ତ ଦାସ । କଟକ ସତୀ ଚଉରାରେ ତାଙ୍କର ଶେଷକୃତ୍ୟ କରାଯାଇଛି । ମୂଖାଗ୍ନି ଦେଇଛନ୍ତି ବଡ ଭାଇ ଅମ୍ଳାନ ଦାସ । ଗତବର୍ଷ ଜାନୁଆରୀ ୧୧ ତାରିଖରେ ପ୍ରାଣ ହରାଇଥିଲେ ମିହିର ଦାସ ।

LEAVE A REPLY

Please enter your comment!
Please enter your name here