୨୦୧୯ ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସର ସ୍ଥିତି ଏକପ୍ରକାର ଦୟନୀୟ ହୋଇପଡିଛି । ପରାଜୟ ପରେ କଂଗ୍ରେସର ଆତ୍ମସମୀକ୍ଷା ଚାଲିଥିବା ବେଳେ ଦଳର ଅଦକ୍ଷ ରାହୁଲ ଗାନ୍ଧୀ ଇସ୍ତଫା ଦେବାକୁ ଅଡିବସିଛନ୍ତି ।ଏଭଳି ପରିସ୍ଥିତିରେ କଂଗ୍ରେସ ତାର ନେତା ମାନଙ୍କୁ ଟିଭି ଡିବେଟରୁ ଦୂରେଇ ରହିବାକୁ ନିର୍ଦେଶ ଦେଇଛି । କଂଗ୍ରେସର ମିଡିଆ ଇନଚାର୍ଚ ରଣଦୀପ ସିଂହ ସୁରଜେୱାଲା ଟ୍ୱିଟ୍ କରି ଲେଖିଛନ୍ତି ଯେ କଂଗ୍ରେସ ଏକ ମାସ ପାଇଁ ଟିଭି ଡିବେଟରେ ମୁଖପାତ୍ରମାନଙ୍କୁ ନପଠାଇବାକୁ ନିଷ୍ପତି ନେଇଛି ଏବଂ ସେ ମଧ୍ୟ ସମସ୍ତ ଗଣମାଧ୍ୟମ ଚ୍ୟାନେଲ ଏବଂ ସମ୍ପାଦକମାନଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ନିଜ ସୋ ପାଇଁ କଂଗେସ ପ୍ରତିନିଧିମାନଙ୍କୁ ନଡାକିବା ପାଇଁ ।
ସୂଚନା ମୁତାବକ କିଛି ମିଡିଆ ଚ୍ୟାନେଲ ମୋଦୀ ସରକାରଙ୍କ ପକ୍ଷ ନେଉଛନ୍ତି ଏବଂ ଡିବେଟରେ ଭାଗନେଉଥିବା କଂଗ୍ରେସ ମୁଖପାତ୍ର ମାନଙ୍କୁ ଭୁଲ୍ ସାବ୍ୟସ୍ତ କରାଯାଉଛି । ଏଣୁ ଦଳର ମୁଖପାତ୍ର ମାନେ ଟିଭି ଡିବେଟରେ ଭାଗ ନନେବା ପାଇଁ ଦଳ ନିଷ୍ପତି ନେଇଥିବା ଜଣାପଡିଛି ।














