ନାଗରିକତା ସଂଶୋଧନ ଆଇନକୁ ନେଇ ଆଜି ପୁଣି ଦିଲ୍ଲୀରେ ଉତ୍ତେଜନା ସୃଷ୍ଟି ହୋଇଛି । ଲାଲକିଲ୍ଲା ନିକଟରେ ଏକାଠି ହୋଇଛନ୍ତି ହଜାର ହଜାର ବିକ୍ଷୋଭକାରୀ । ସରକାରଙ୍କ ବିରୋଧରେ ସ୍ଲୋଗାନ ଦେବାସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହାକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଜାରି କରିଛି । କେନ୍ଦ୍ର ସରକାର ନିର୍ଦ୍ଦେଶକ୍ରମେ ନେଟୱାର୍କ ବନ୍ଦ କରାଯାଇଛି । ଏହାକୁ ସ୍ୱଷ୍ଟ କଲା ଏୟାରଟେଲ । ଏହା ସହିତ ବିରୋଧ କରୁଥିବା ଅଞ୍ଚଳରେ ୪ ଜଣରୁ ଅଧିକ ବ୍ୟକ୍ତି ଏକାଠି ନହେବା ପାଇଁ କୁହାଯାଇଛି । ପରିସ୍ଥିତିକୁ ପିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀମାନଙ୍କୁ ପୋଲିସ ଅଟକ ରଖିଛି । ସେପଟେ ଉତ୍ତରପ୍ରଦେଶ ଲକ୍ଷେ୍ନାରେ ବିକ୍ଷୋଭକାରୀମାନେ ଏକାଠି ହୋଇଛନ୍ତି । ପରିସ୍ଥିତିକୁ ଦେଖି ବିଭିନ୍ନ ରେଳ ଷ୍ଟେସନକୁ ବନ୍ଦ ରଖାଯାଇଛି । ସେପଟେ କର୍ଣ୍ଣାଟକ ଏବଂ କେରଳରେ ମଧ୍ୟ ବନ୍ଦର ପ୍ରଭାବ ପଡୁଛି । ଏବଂ ଦେଶର ବିଭିନ୍ନ ଜାଗାରେ ନାଗରିକତା ସଂଶୋଧନ ବିଲକୁ ନେଇ ବିରୋଧ ତେଜିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here