କରୋନାର ମୁକାବିଲା ପାଇଁ ମାସ୍କ ତ ନିହାତି ଜରୁରୀ । ସମସ୍ତେ କିଛି ନାଁ କିଛି ଡିଜାଇନର ମାସ୍କ ପିନ୍ଧୁଛନ୍ତି । କିନ୍ତୁ ଏ ମହାଶୟ ଯେମିତି ନିଆରା, ତାଙ୍କ ମାସ୍କ ବି ସେମିତି ଭିନ୍ନ । ସେ ପିନ୍ଧିଛନ୍ତି ସୁନାରେ ତିଆରି ମାସ୍କ । ଏଥିରେ ଖର୍ଚ୍ଚ ହୋଇଛି ପ୍ରାୟ ୩ ଲକ୍ଷ ଟଙ୍କା । ଆପଣ ସ୍କ୍ରିନ୍‌ରେ ଦେଖୁଥିବା ଗୋଲ୍ଡମ୍ୟାନ ହେଉଛନ୍ତି ଭାରତର ପୁନେ ସହରର । ପୁନେରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ଟପିଲାଣି । ଏହାରି ଭିତରେ ଗୋଲ୍ଡମ୍ୟାନ ଶଙ୍କରଙ୍କ ମାସ୍କକୁ ନେଇ ଚର୍ଚ୍ଚା । କେବଳ ମାସ୍କ ନୁହେଁ ସେ ନିଜ ପୁରା ଶରୀରରେ ସୁନା ବିଛାଇଦେଇଛନ୍ତି । ବେକ, ହାତ , ଆଙ୍ଗୁଠିରେ ସୁନାର ଛାଉଣୀ । ଏହି ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here