ମନୋରଞ୍ଜନ ପାଇଁ ସମସ୍ତେ ବିଭିନ୍ନ ପ୍ରକାର ଉପାୟ ଆପଣେଇଥାନ୍ତି. କିଏ ଟିଭି ଦେଖନ୍ତି, ତ ଆଉ କିଏ ସିନେମା ଯାଆନ୍ତି. ଏହା ଭିତରେ ଅନେକ ପିଲା ମୋବାଇଲ ଗେମକୁ ମଧ୍ୟ ବେଶି ପସନ୍ଦ କରନ୍ତି. ହେଲେ ଭୋପାଳ ମଧ୍ୟପ୍ରଦେଶରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି. ଜଣେ ଯୁବକ ପବଜି ଗେମରେ ଏତେ ମାତ୍ରାରେ ମଜି ଯାଇଥିଲେ ଯେ, ପାଣି ଜାଗାରେ ସେ ଏସିଡ ପିଇ ଦେଇଥିଲେ. ମିଶନକୁ ପୂରା କରିବା ଲକ୍ଷ୍ୟରେ ଏଭଳି ହୋଇଥିବା ଜଣାପଡିଛି. କୁହାଯାଇଛି ଯେ, ଯୁବକ ଜଣଙ୍କ ପବଜି ଖେଳରେ ସଂପୂର୍ଣ୍ଣ ମାତ୍ରାରେ ହଜି ଯାଇଥିଲେ. ସେହି ସମୟରେ ତାଙ୍କୁ ଶୋଷ ଲାଗିଥିଲା. ଆଉ ସେ ପାଣି ଜାଗାରେ ପାଖରେ ଥିବା ଏସିଡ ବୋତଲକୁ ପାଣି ଭାବି ପିଇ ଦେଇଥିଲେ. ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା. ଏସିଡ ପିଇ ଦେଇଥିବା କାରଣରୁ ତାଙ୍କ ଅନ୍ତନଳୀ ଜଳିଯାଇଥିଲା. ମାତ୍ର ଏବେ ସେ ସୁସ୍ଥ ଥିବା ଡାକ୍ତର କହିଛନ୍ତି. ଏତେ ସବୁ ପରେ ମଧ୍ୟ ଉକ୍ତ ଯୁବକଙ୍କୁ କିଛି ଶିକ୍ଷା ମିଳିନାହିଁ. ଖେଳ ନିଶା ଉକ୍ତ ଯୁବକକୁ ଏତେମାତ୍ରାରେ ଘାରିଛି ଯେ, ଚିକିତ୍ସା ଚାଲିଥିବା ସମୟରେ ମଧ୍ୟ ସେ ଏହି ଗେମ ଖେଳୁଥିବା ଡାକ୍ତର କହିଛନ୍ତି.

LEAVE A REPLY

Please enter your comment!
Please enter your name here