କାୟା ମେଲାଇଲାଣି ମହାମାରୀ । ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଚିନ୍ତାରେ ପଡିଗଲେଣି ସରକାର । ଆଜି ଦିଲ୍ଲୀ ହାଇକୋର୍ଟ ଏକ ବଡ ଆଦେଶ ଦେଇଛନ୍ତି । କାର ଚାଳକ ଯଦି ଗାଡିରେ ଏକାଥିବେ ସେ ମଧ୍ୟ ମାସ୍କ ବ୍ୟବହାର କରିବା ଜରୁରୀ । ହାଇକୋର୍ଟ କହିଛନ୍ତି ମାସ୍କ ହେଉଛି ସୁରକ୍ଷା କବଚ । ଯାହା କରୋନା ଭାଇରସ ରୋକିବାରେ ସହାୟକ ହେବ । ଦିଲ୍ଲୀରେ ଅଧିକାଂଶ ଲୋକେ ମାସ୍କ ବ୍ୟବହାର କରୁନଥିବା ଦେଖିବାକୁ ମିଳୁଛି । ବିଶେଷକରି ଗାଡିରେ ଏକାକୀ ଯାଉଥିବାବେଳେ ଯେତେବେଳେ ପୋଲିସ ସେମାନଙ୍କୁ ରୋକୁଛି ଏବଂ ପ୍ରଶ୍ନ କରୁଛି ମାସ୍କ କୁଆଡେ ଗଲା । ସେତେବେଳେ ଅଯଥା ଯୁକ୍ତି ବାଢୁଛନ୍ତି ସାଧାରଣ ଲୋକେ । କାରରେ ଏକାଥିବାବେଳେ ମାସ୍କ ପିନ୍ଧିବା ବିରୋଧରେ ୪ଟି ଆବେଦନ ହୋଇଥିଲା । ଆବେଦନକାରୀ ଆବେଦନରେ ଦର୍ଶାଇଥିଲେ ଯେ, ନିଜ କାରରେ ଏକା ଥିବା ସମୟରେ ମାସ୍କ ନପିନ୍ଧିଲେ ଚାଲାଣ କଟାନଯିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ହାଇକୋର୍ଟ ସମସ୍ତ ଆବେଦନକୁ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି କାର ଜଣଙ୍କର ହୋଇଥାଇପାରେ କିନ୍ତୁ ଏହା ସାର୍ବଜନୀନ ସ୍ଥାନ । ଜଷ୍ଟିସ ପ୍ରତିଭା ସିଂ କହିଛନ୍ତି ଆପଣ ଘରେ ଥାନ୍ତୁ କି କାରରେ ମାସ୍କ ପିନ୍ଧିବା ଜରୁରୀ । ମାସ୍କ ହେଉଛି ସୁରକ୍ଷା କବଚ । ତେବେ ଆଜି ହାଇକୋର୍ଟ ଏହା ସ୍ପଷ୍ଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here