ଉତ୍ତରପ୍ରଦେଶରେ ତେଜୁଛି ଦଳ ଡିଆଁ ରାଜନୀତି । ନିର୍ବାଚନ ଯେତେ ପାଖଉଛି ଦଳ ଡିଆଁ ରାଜନୀତି ଏବେ ସେତିକି ବଢିବାରେ ଲାଗିଛି । ଗତକାଲି ବୋହୂ ଆଉ ଆଜି ଶଢୁ । ଦୁଇ ଦିନରେ ସମାଜବାଦୀ ପାର୍ଟିକୁ ଦୁଇଟି ବଡ ଝଟକା ଲାଗିଛି । ନିଜ ପରିବାର ଲୋକେ ଏବେ ବିଜେପିରେ ସାମିଲ ହେଉଛନ୍ତି । ପୂର୍ବତନ ସମାଜବାଦୀ ପାର୍ଟିର ବିଧାୟକ ତଥା ମୁଲାୟମ ସିଂ ଯାଦବଙ୍କ ଶଢୁ ପ୍ରମୋଦ ଗୁପ୍ତା ଆଜି ବିଜେପିରେ ସାମିଲ ହୋଇଛନ୍ତି । ଦଳର ନୀତି , ଆଦର୍ଶ ପୂର୍ବଭଳି କାମ ହେଉନଥିବା କହିଛନ୍ତି ପ୍ରମୋଦ । ଆଜି ଲକ୍ଷେ୍ନାରେ ଆୟୋଜିତ ହୋଇଥିବା ବିଜେପିର ମିଶ୍ରଣ କାର୍ଯ୍ୟକ୍ରମରେ ପ୍ରମୋଦଙ୍କ ସମେତ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ମୌର୍ଯ୍ୟ ମଧ୍ୟ ବିଜେପିରେ ମିଶିଛନ୍ତି । ଗତକାଲି ମୁଲାୟମଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ବିଜେପିରେ ମିଶିଥିଲେ ।

LEAVE A REPLY

Please enter your comment!
Please enter your name here