ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳାରେ ଗୁରୁବାର ଜଳ ଅର୍ପଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଗଙ୍ଗା ନଦୀ କୂଳରେ ରାଷ୍ଟ୍ରପତିଙ୍କ ସହ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ରାଜ୍ୟପାଳ ରାମ ନାଏକ ପ୍ରମୁଖ ଜଳ ଅର୍ପଣ କରି ପୂଜା କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି କେତେଜଣ ସାଧୁସନ୍ଥଙ୍କ ସହ ମଧ୍ୟ ସାକ୍ଷାତ୍ କରିଥିଲେ। ରାଷ୍ଟ୍ରପତି ଉତ୍ତର ପ୍ରଦେଶରେ ଗୋଟିଏ ଦିନ ରହିବା ସହ ମହର୍ଷି ଭରଦ୍ୱାଜଙ୍କର ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ଓ ଆଉ କିଛି କାର୍ୟ୍ୟକ୍ରମରେ ଯୋଗ ଦେବାର ଯୋଜନା ରହିଛି।